STORYMIRROR

ABADHOOT PANDA

Classics

4  

ABADHOOT PANDA

Classics

ବିଧିପୂର୍ଣ୍ଣ ମାନବୀୟ ସ୍ଥିତି

ବିଧିପୂର୍ଣ୍ଣ ମାନବୀୟ ସ୍ଥିତି

1 min
223

           


ସାକଲ୍ୟବାଦର ନିୟମ ପ୍ରକାଶିତ କରେ ନିଜକୁ ଏକ ମାନବୀୟ ଜୀବରେ,

ବାସ୍ତବରେ ଜାଗତିକ ମନୁଷ୍ୟତାବାଦ ନିର୍ମିତ ହୋଇଥାଏ ସ୍ୱୟଂ ଜଣେ ମନୁଷ୍ୟ ରୂପରେ l


ସାର୍ବଭୌମ ସାମ୍ୟବାଦର ନିୟମ ପରିବର୍ତ୍ତିତ ହୁଏ ସାର୍ବଭୌମ ଅନ୍ତରନିର୍ଭରଶୀଳତାରେ,

ଏକରେ ଅନେକ ଓ ଅନେକରେ ଏକ, ଜଣଙ୍କ ପାଇଁ ସମସ୍ତେ ତଥା ସମସ୍ତଙ୍କ ପାଇଁ ଜଣଙ୍କ ଚିନ୍ତନରେ l


ଉର୍ଦ୍ଧ୍ୱରେ ଯେପରି ନିମ୍ନରେ ସେପରି, ନିମ୍ନରେ ଯେପରି ଉର୍ଦ୍ଧ୍ଵରେ ସେପରି,

ଅନୁବାଦ ଆଉ ଏକତ୍ରିତ କରି ଅସରନ୍ତି କାବ୍ୟାବଳୀ ଅନେକ ବିଶ୍ୱରୁ ଗଢ଼ି ଉଠେ ଗୋଟିଏ ମାନବୀୟ ବିଶ୍ୱ ଏକ ପବିତ୍ର କବିତାଗ୍ରନ୍ଥ ପରି 


ବିରାଟ ଜାଗତିକ ବୃକ୍ଷର ବିହନ ପରି ଅଟଇ ମଣିଷ,

ବିଦ୍ୟମାନ ଯାହା ମଧ୍ୟରେ ଜାଗତିକ ସତ୍ତାର ନିକର୍ଷ,

ସମଗ୍ର ବ୍ରହ୍ମାଣ୍ଡର ଅଂଶ ବିଶେଷ ସମାହାରେ ଗଠିତ ମନୁଷ୍ୟ ଶରୀର,

ପୁନଶ୍ଚ ମହାବିଶ୍ୱର ସର୍ବ ସତ୍ତା ହୁଏ କେନ୍ଦ୍ରୀଭୂତ ଗଢ଼ି ସୂକ୍ଷ୍ମାତିସୂକ୍ଷ୍ମ ରୂପୀ ମାନବ କଳେବର l


ସମସ୍ତ ମାନବୀୟ ବିବିଧତା ବିଶ୍ୱ ଏକାତ୍ମତା ମାଧ୍ୟମରେ କରୁ ପ୍ରକଟ ସତ୍ୟର ପୁନଃରୁଥାନ ଓ ନୂତନ ମାନବ ଉଦ୍ଭାବନର ନିୟମ,

କେବଳ ଆମେ କରିପାରିବା ପ୍ରକାଶ ଅପ୍ରତ୍ୟାଶିତ ନବୀନତା,

ସହଜାତ ମାନବସୁଲଭ ଗୁଣରାଜି ତଥା ଆମ ମାନବୀୟ ଦିବ୍ୟତା l


ପୃଥିବୀମାତାର ସୁସ୍ୱାସ୍ଥ୍ୟ ରକ୍ଷାର୍ଥେ ଆମୋଦ ପ୍ରମୋଦ ହାସ୍ୟରୋଳ ସହିତ,

ନିଶ୍ଚୟ ଏକାଠି ହେବ ମାନବ ଜାତି ହାର୍ଦ୍ଦିକ ପ୍ରେମ ତଥା ଜ୍ଞାନାଲୋକ ସହିତ l

ଜାଗତିକ ଉଦ୍ଦେଶ୍ୟକୁ ଆମର ଯୋଡ଼ିଦେବା ପ୍ରଖର ପ୍ରଜ୍ବଳିତ ପ୍ରବୃତ୍ତି ସହିତ,

ଆଉ ରୂପାନ୍ତରିତ କରିବା ତାକୁ ସର୍ତ୍ତବିହୀନ ପ୍ରେମ ଏବଂ ସମ୍ପୂର୍ଣ୍ଣ ଦୟାଶୀଳ ସହାନୁଭୂତିରେ ମାନବୀୟ ଗୁଣ ସହିତ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics