STORYMIRROR

Jharana Rout

Classics

4  

Jharana Rout

Classics

ଉତ୍କଳ ଦିବସ

ଉତ୍କଳ ଦିବସ

1 min
273


 ବନ୍ଦେ ଉତ୍କଳ ଜନନୀ.... ଚାରୁ ହାସମୟୀ 

ଚାରୁ ଭାଷମୟୀ ଜନନୀ ଜନନୀ ଜନନୀ 

ବନ୍ଦେ ଉତ୍କଳ ଜନନୀ.. ବନ୍ଦେ ଉତ୍କଳ ଜନନୀ 

ଏହି ସଙ୍ଗୀତ ଦିଏ ଆନନ୍ଦ

     ମନ ମୋର ନାଚି ଉଠେ 

ତାର ମିଠା ସ୍ୱରରେ

      ମନ ମୋର ହଜିଯାଏ 

ମୋ ଓଡିଶା ଭାରି ବଢିଆ ଗର୍ବରେ କହି ବୁଲେ ......

ବନ୍ଦେ ଉତ୍କଳ ଜନନୀ.... ଚାରୁ ହାସମୟୀ

     ଚାରୁ ଭାଷମୟୀ ଜନନୀ ଜନନୀ ଜନନୀ 

ବନ୍ଦେ ଉତ୍କଳ ଜନନୀ.. ବନ୍ଦେ ଉତ୍କଳ ଜନନୀ....

କେତେ ବଳିଷ୍ଠ ସୁପୁତ୍ର 

      ବୀର ଓଡ଼ିଶା ମାଟିରେ 

ଜନ୍ମ ନେଇ କେତେ 

     ବିଖ୍ୟାତ୍ କାମ କରିଥିଲେ

ତାଙ୍କରି ତ୍ୟାଗ ଆଜି

     ଓଡ଼ିଶା ହୋଇଛି ମହାନ୍ 

ହୃଦୟରୁ ତାଙ୍କ ପାଦ ପଦ୍ମ କୁ ତଳେ ଚିର ନମସ୍ୟ

ବନ୍ଦେ ଉତ୍କଳ ଜନନୀ.... ଚାରୁ ହାସମୟୀ 

     ଚାରୁ ଭାଷମୟୀ ଜନନୀ ଜନନୀ ଜନନୀ 

ବନ୍ଦେ ଉତ୍କଳ ଜନନୀ.. ବନ୍ଦେ ଉତ୍କଳ ଜନନୀ

ଓଡିଶା ର ପାଣିପବନ

    ଲାଗେ କିଛି, କିଛି ଭିନ୍ନ 

ଓଡ଼ିଶାର କଳା, 

    ସଂସ୍କୃତି ସବୁଠି ବିଦ୍ଵାନ

ତାରି କୋଳରେ ଭରିଛି

      କେତେ ହସ ଖୁସି 

ଜଗନ୍ନାଥ ଧାମ ମୋ

     ଓଡ଼ିଶାରେ ବିଖ୍ଯାତ

ମୋ ଓଡିଶା ଚାରୁ, କଳା

       କିର୍ତ୍ତୀ ଯଶବାନ

ମୁଁ ଗର୍ବରେ କହେ 

      ମୋ ଓଡିଶା ମହାନ୍..... 

ଓଡ଼ିଶାର ସବୁଜର କ୍ଷେତ

      ମହ ମହ ବାସୁଥାଏ 

ସବୁଠୁ ମୂଲ୍ୟ ଏହି ଆମରି କ୍ଷେତ 

    ସଦା ଗୀତି ଗାଉ ଥାଏ 

ଅଣତିରିଶ ରାଜ୍ୟ ଠାରୁ 

       ଏହି ଓଡ଼ିଶା ଭିନ୍ନ 

ତାରି କୋଳେ ହସି, ଝୁମି 

        ଗାଉ ମଧୁର ଗାନ..... 

ବନ୍ଦେ ଉତ୍କଳ ଜନନୀ.... ଚାରୁ ହାସମୟୀ 

         ଚାରୁ ଭାଷମୟୀ ଜନନୀ ଜନନୀ ଜନନୀ 

ବନ୍ଦେ ଉତ୍କଳ ଜନନୀ.. ବନ୍ଦେ ଉତ୍କଳ ଜନନୀ



      

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics