STORYMIRROR

Karunakar Das

Classics

3  

Karunakar Das

Classics

ଆଧୁନିକ ସଭ୍ୟତା

ଆଧୁନିକ ସଭ୍ୟତା

1 min
276

ଅଜା କହନ୍ତି ସେ ନୀତିଦିନ ମୋତେ

ଦୁନିଆ ବଦଳିଗଲା

ଆମେ ପଢିଥିଲୁ ମଧୁବର୍ଣ୍ଣବୋଧ

ଚାଟ ଶାଳୀରେ ଥିଲା 

ତୁମେପଢୁଛ ଇଂରାଜୀ ବିଦ୍ୟାଳୟେ

ଓଡ଼ିଆପାଠ କୁ ଛାଡି

ଚକ କଳ ଅଖ ନଳ ମାତୃଭାଷାକୁ ଭୁଲି  

ଏଫର ଅପୋଲ ବି ଫର ବଲ 

ପଢିଲ ବିଦେଶୀ ପାଠ

ବାପା ମାଙ୍କୁ ମମି ଡାଡି

 ଡାକିଲ ଜୀବନ ଯାକ

କରିଲ ନାହିଁ ପ୍ରଣାମ କେବେ 

ପିତା ମାତାଙ୍କ ପାଦେ

ଗୁଡୁ ମଣିଙ୍ଗି ଗୁଡୁ ନାଇଟ କରିଲ ହାଏ ବାଏ

ଆ ଜହ୍ନମାମୁଁ ସରଗ ଶଶୀ

 ଗାଇବା ଭୁଲି ଗଲ

ଟୁଇଁକିଲ ଟୁଇଁକିଲ ଲିଟିଲି ଷ୍ଟାର

ରାଇମ ସବୁ ଗାଇଲ

ଶୁଣିଲ ନାହିଁ ଘର ଭିତରେ ଓଡ଼ିଆ ଭାଗବତ

ଘର ବାହାରେ ପୂଜା ପର୍ବରେ

ଶୁଣାଇଲ ଡିଜେ ଗୀତ

ମା ହାତ ରନ୍ଦା ମା ପୋଡ ପିଠା

ପାଟିକୁ ଲାଗଇ ସ୍ୱାଦ

ତୁମେ ଖାଇଲ ଆଧୁନିକ ଛୁଆ

ପିଜା ବର୍ଗର ଖାଦ୍ୟ

ତୁମ ଯୁଗରେ ଆସିଲା ନାତି

ଯେଉଁ ସିଲଟ ମୋବାଇଲି

ଫେସେବୁକରେ ହୁଆଟ ସାପରେ

କଟାଇଲ ଦିନ ରାତି

ଅଫିସ କଲେଜ ରାସ୍ତା ଘାଟରେ

କରିଲତୁମେ ପ୍ରେମ

ଧିକ ଆମର ଶିକ୍ଷା ସଭ୍ୟତା

ଧିକ ଆଧୁନିକ ଯୁଗ

ବନ୍ଧୁ ପରମ୍ପରା ସଂସ୍କାରକୁ ଗଲେଣି ସବୁ ଭୁଲି

ବିବାହ ବ୍ରତେ ଖଲି ଧରିଲେ

ଖାଇଲେ ମାଗି ମାଗି

ଧନ୍ୟ ଭାଇ ଆମ ବଡ ପଣିଆକୁ

ଧନ୍ୟ ଭାଇ ଆମ ଶିକ୍ଷା

ଧିକ ଏ ଜୀବନ ଧିକ ଏ ସଂସ୍କାର

କେମିତି ପାଇବ ରକ୍ଷା

ଧନ୍ୟ ମହାପ୍ରଭୁ ଧନ୍ୟ ହେ ଠାକୁର

ଧନ୍ୟ ହେ ସୃଷ୍ଟି କର୍ତ୍ତା

ଧନ୍ୟ ସୂର୍ଯ୍ୟ ଦେବ ଧନ୍ୟ ହେ ସବୁ ଦେବତା

ଦୁନିଆଁ ବଦଳି ଗଲାଣି ହେ ପ୍ରଭୁ

ତୁମେ ତ ବଦଳି ନାହଁ

ଦିନ ପରେ ରାତି ରାତ୍ରି ପରେ ଦିନ 

କରୁଅଛ ପ୍ରତିଦିନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics