ବାପା
ବାପା
ମନେପଡ଼େ ଆଜି ଅତି ଆପଣାର
ସେ ଡ଼ାକ ଅଟଇ ବାପା ।
ସେ ଡାକରେ ଥିଲା କେତେଆତ୍ମୀୟତା
ପଡିଗଲା ଆଜି ଫିକା ।
ମାଆଠୁ ଶିଖିଛି ଜୀବନର ଶୈଳୀ
ତୁମଠୁ ଜୀବନ ପଥ ।
ସେ ପଥମୋ ପାଇଁ ବଂଚିବା ଶିଖାଏ
ଜୀବନର ମାନଦଣ୍ଡ ।
ଦୁନିଆ ଭିତରେ ବଂଚିଛି ସତ ମୁଁ
ଲାଗେ ନିରାଶ୍ରୟ ପରି ।
ପୁଣି ଭାବେ କେବେ ଏକା ଏକା ବସି
ମୋ ମଥାରେ ହାତ ଅଛି ।
ହାତ ଧରି ତୁମ ଚାଲିବା ଶିଖିଛି
ପିଠିରେ ହୋଇଛି ଲାଉ ।
କାନ୍ଧରେ ବସାଇ ଯାତରା ଦେଖାଅ
ଯେତେ କଷ୍ଟ ପଛେ ହେଉ ।
ଝୁଣ୍ଟି ମୁଁ ପଡ଼ିଲେ ମା ତୋଳି ନିଏ
ତୁମେ ଯେ ଉଠାଅ ନାହିଁ ।
ଉଠାଅ ନାହିଁକି ଏଇଥିପାଇଁ ଯେ
ଚାଲିବା ଶିଖିବି ମୁହିଁ ।
ତୁମେ ତ କୁହ ଯେ ଉଠାଣୀ ଗଡ଼ାଣୀ
ଜୀବନରେ କେତେ ଆସିବ ।
ଆଜିଠାରୁ ସିଏ ନିଜେ ନଉଠିଲେ
କେମିତି ବିଜୟୀ ହେବ ।
ତୁମ ମାଡଗାଳି ତୁମର ତାଡ଼ଣା
ଥିଲା ମହତ ଉଦ୍ଦେଶ୍ୟ ।
ଏବେ ମୁଁ ଭାବୁଛି ତୁମେ ଗଲାପରେ
କିଏ ଦବ ଉପଦେଶ ।
ତୁମ ଶ୍ରମ ଝ।ଳ ଲହୁଲୁହା ପରି
କେତେେ ଯେ ସହିଛ କଷ୍ଟ
ତୁମରୁଣ କେବେ ସୁଝିପାରିବିନି
ଜୀବନରେ ଏହା ସତ୍ୟ ।