Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Karunakar Das

Others

3  

Karunakar Das

Others

ସିଧା କଥା

ସିଧା କଥା

1 min
299


ବୁଲେଇ ବାଙ୍କେଇ କହିବାକୁ ଜମା

ଲାଗେନାହିଁ ମୋତେ ଭଲ

ସିଧା ସିଧା କଥା କହିବା ଶୁଣିବା

ପିଲାଦିନୁ ଲାଗେ ଭଲ  ॥

ଗୋଟେ ଛାତତଳେ ରହୁ ଅଛି ସତ

ନାହିଁ ପଦେ ସିଧା କଥା

ଏଣୁ ତେଣୁ କହି ନିତି ଶୁଣି ଶୁଣି

ଘୁରି ଯାଏ ମୋର ମଥା  ॥ 

ପିଲାଙ୍କଠୁ ବଳି ଚାଙ୍କରଙ୍କ କଥା

ନ କହିବା ବେଶି ଭଲ

ଘରେ ବସିରହି ଫେ।ନ କରିବେ

ମୋ ପିଲାକୁ ହୋଇଛି ଜର  ॥

ଅଫିସ୍‌ କୁ ଗଲେ ଅଫିସ୍‌ କାମରେ

ସିଧା ନମାଗିଣ ଲାଞ୍ଚ

କାଲି ଆସକହି ମାସେ ଗଡ଼ାଇବେ 

ଲାଞ୍ଚ ନେବାପାଇଁ ପାଞ୍ଚ  ॥

ପରିବା ବଜାରୁ ପରିବା କିଣିଲେ

ସିଧା କହିବେନି ମୂୂଲ୍ୟ 

ଚ।ଲିସ୍‌ ଜାଗାରେ ପଚାସ କହିବେ

ଠିକ୍ ନାହିଁ ମାପ ତୌଲ  ॥

ପଡେ। ଶୀ ଦେଶଟି ସୀମା ବିବାଦରେ

ଜଗିଛି ସନ୍ୟଙ୍କୁ ନେଇ

ସାରା ସଂସାରର ମାଲିକ ହିଁ ଜଣେ

ତୁ ମଶାଣିକୁ ନେବୁ ବୋହି   ॥

ମାଦକ ଦ୍ରବ୍ଯକୁ ସେବନ କରିଲେ

ରୋଗଗ୍ରସ୍ଥ ହେବ ଶରୀର

ଜାଣିଶୁଣି ଆମ ସଚେତନ ନାହିଁ

ପରିିବାର ନାରଖାର   ॥


#ସିଧାକଥା



Rate this content
Log in