Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Karunakar Das

Children Stories

2  

Karunakar Das

Children Stories

ଗୁରୁ ଦିବସ

ଗୁରୁ ଦିବସ

1 min
171


ଆଜି ଆସିଛି ଗୁରୁ ଦିବସ

ଗୁରୁଙ୍କୁ ମୋର ଚିର ନମସ୍ୟ

ପ୍ରଥମ ଦିନ ଗୁରୁଙ୍କ ପାଖେ

ଖଡ଼ି ସିଲଟ ଧରିଲି ହାତେ ।

ବଡ ତିନୋଟି ଗୋଲେଇ କଲି

ବ୍ରହ୍ମା ଵିଷ୍ଣୁ ମହେଶ୍ଵର କହିଲି

ମା ଅକ୍ଷର କୁ ଗୁରୁ ଲେଖିଲେ

ଅଭ୍ୟାସ କରିବୁ ଘରକୁ ଗଲେ ।

ପ୍ରତିଦିନ ତୁ ଆସିବୁ ଚାଟ

ମନ ଲଗାଇ ପଡ଼ିବୁ ପାଠ

ମୋ ପରି ଦିନେ ମାଷ୍ଟର ହେବୁ

ଆଦର୍ଶ ଶିକ୍ଷକ ଭାବେ ନାଁ ରଖିବୁ ।

ଗୁରୁଙ୍କ କଥା କୁ ପାଳନ କଲି

ପାଠ ପଢ଼ାରେ ମୁଁ ମନ ଦେଲି

ପ୍ରଥମ ଶ୍ରେଣୀରୁ କଲେଜ ଯାଏ

ପାଠ ସାରି ସବୁ ଘରେ ମୁଁ ଥାଏ ।

ଆମ ଗାଁ ପାଖ ବିଦ୍ୟାଳୟରେ

ଶିକ୍ଷକ ନିଯୁକ୍ତି ମିଳିଲା ମତେ

ଗୁରୁଙ୍କର କୃପା ଆଶିଷ ଅଟେ

ଜୀବନ ଟି ମୋର ଶାନ୍ତିରେ କଟେ ।

ମନେ ମନେ ମୁଁ ଶପଥ ନେଲି

ରାଜ୍ୟରେ ଆଦର୍ଶ ଶିକ୍ଷକ ହେଲି

ସଦ୍ଗୁରୁ ଯଦି ମାରେ ଗୋଇଠା

ଅନ୍ଧାର ଘରେ ଜଳେ ବଇଠା ।



Rate this content
Log in