Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Karunakar Das

Classics

3  

Karunakar Das

Classics

ବାପା

ବାପା

1 min
169


ବାପା ଡାକ ମୋର ତାଲା ପଡିଗଲା

ଆଖି ଲୁୁହ ଗଲା ଭିଜି  ।

କ୍ଷଣିକ ଭିତରେ ସବୁଦିନ ପାଇଁ

କେଉଁଆଡ଼େ ଗଲହଜି  ।

ସକାଳ ସନ୍ଧ୍ୟାରେ କାଳିଆଙ୍କ ପାଖେ

କିଏବା କରିବ ସେବା  ।

ଗୀତା ଭାଗବତ ଶ୍ରବଣ କୀର୍ତ୍ତନ

କିଏ ଶୁଣାଇବ ଅବା   ।

କୁବେର ଭଣ୍ଡାର ଖରଚ କରିଲ

ଦେଇ ଶ୍ରମ ଲୁହ ତୁମର  ।

ମା ଗଲା ପରେ ତୁମେ ଯତ୍ନ ନେଲ

ଏବେ ଆମେ ହେବୁ କାହାର  ।

ଘାତ ପ୍ରତିଘାତେ ନିରବ ସାନ୍ତ୍ବନା

କିଏ ଶୁଣାଇବବାଣୀ    ।

ତୁମ ଋଣକେବେ ସୁଝିପାରି ବିନି

ଯୁଗେ ଯୁଗେ ପାଦେ ଋଣୀ  ।

ସବୁ ଜନମରେ ଜନ୍ମୁଥାଉ ଆମ୍ଭେ

ତୁମ ପରି ପିତା କୋଳେ   ।

ତୁମରି ଆଶିଷ ଆମ୍ଭମଥେ ରହୁ

ତବଶ୍ରୀ ଚରଣ ତଳେ   ।



Rate this content
Log in

Similar oriya poem from Classics