ବର୍ଷା
ବର୍ଷା


ଆରେ କାଳିଆ ଆ ଝଡ ବତାସ ତ
ସହି ହେଉନି ପାଖକୁ ତୁ ଚାଲିଆ
ଘର ଦ୍ୱାର ସବୁ ଭାଙ୍ଗି ତ ଦେଇଛି
ଫାଇଲିନି ଅଟେ ତା ନାଁ
ଗଛ ଲତା ସବୁ ଉପାଡି ଦେଇଛି
ରିଲିଫି ଆମକୁ ତୁ ଦେଇ ଜାଆ
ଆରେ କାଳିଆ ଆ
ଘଡଘଡି ଶବ୍ଦେ ମହି କମ୍ପୁଅଛି
ମନ ହୁଏ ମୋ ଛାନିଆ
ବେଙ୍ଗ ବୋବାଉଛି କଟର କଟର
ଟୁପୁରୁ ଟୁପୁରୁ ବର୍ଷା
ବିଜୁଳି ଖୁଣ୍ଟି ତ ଭାଙ୍ଗି ଯାଇଛି
ସଜାଡି ଦେଇ ତୁ ଯାଆ
ଆରେ କାଳିଆ ଆ
ଆଳୁ ତ ମିଳୁନି ପିଆଜ ମହଙ୍ଗା
ତା ସାଥେ ମଧ୍ୟ ଲୁଣ
ଗରିବ ଲୋକତ ଛାନିଆ ହେଲେଣି
କିଛି ଗୋଟେ କରି ଯାଆ
ତୋ ରୂପ ଦେଖି ହସି ଉଠିବ ମୋ ଗାଁ
ଆରେ କାଳିଆ ଆ। ।