STORYMIRROR

Dhirendra Behera

Classics Inspirational Others

3  

Dhirendra Behera

Classics Inspirational Others

ସଂସାର ହାଟ

ସଂସାର ହାଟ

1 min
443

   


ଆସିଛି ମଣିଷ ସଂସାର ହାଟକୁ

   ଜୀବନ ସଉଦା କରି

ସୁଖର ଦୁଃଖର ସଉଦା ତାହାର

    ଥଳି ଯାଇ ଥାଏ ଭରି।

ସଂସାର ହାଟରେ ବେପାରୀ ଉପରେ

    ବସିଛି  ନିକିତି ଧରି

ଧର୍ମ ଅଧର୍ମ କେତେ ସଉଦା କଲ

    ଦିଅଇ ହିସାବ କରି।

ସଂସାର ହାଟରେ ବିଧାତା ବେପାରୀ

    ନିଏନି ସିଏ ପାଉଣା

କରିଥିବା କର୍ମ  ଜୀବନ ସଉଦା

     ଓଲଟା ଦିଏ ପାଉଣା।

ଜନମ ମରଣ ସଂସାର ଭିତରେ

     ସୁଖ ଦୁଃଖ ଭରା ହାଟ

କାହାକୁ କେଉଁଠି ପହଞ୍ଚାଏ ସିଏ

     ଖୋଜି ପାରେନାହିଁ ବାଟ।

ସୁଖର ହାଟରେ କରେ ଯେ ସଉଦା

     ସିଏ ଆନନ୍ଦରେ ଥାଏ

ଦୁଃଖର ହାଟ ଟି ଯାହାର ଭାଗ୍ୟରେ

     ନିତି ସିଏ ଜଳୁ ଥାଏ।

କିଏ ବୋହି ନିଏ ହାଟର ସଉଦା

     ଲୁହ ଲହୁ ଢାଳି କରି

ଜୀବନ ସଉଦା  କିଏ କରିଥାଏ

     ମୁଣ୍ଡ ଝାଳ ତୁଣ୍ଡେ ମାରି।

ସଂସାର ହାଟରେ ଭଲ କର୍ମ କଲେ

     ଫଳ ମିଳେ ଅଶୁମାରି

ବିଧାତା ଉପରେ  ଧରିଛି ତଉଲ

     ଫଳ ଦେବ ହିସାବ କରି।

ରାଗ ହିଂସା କ୍ରୋଧ ବିଷାକ୍ତ ସଉଦା

     ଏ ଫଳ ନ କିଣ କେହି

ଏ ଫଳ କିଣିଲେ  ହନ୍ତସନ୍ତ ହେବୁ

     ନର୍କ ଗାମି ହେବୁ ତୁହି।

ଜୀବନ ସଉଦା  କେବେ ହୁଏ ଲାଭ

     କେବେ ହୋଇଥାଏ କ୍ଷତି

କ୍ଷୁଦା ତୃଷା ସହି  ରହିଯାଅ ତୁହି

     ଫଥର କରିଣ ଛାତି।

ଜୀବନ ସଉଦା  ଆଶା ର ଭରସା

     ସଂସାର ହିତର ପାଇଁ

କରେନି ନିରାଶ ଦିଏ ସେ ଉଲ୍ଲାସ

      ଏତ ସଂସାର ର ବିହି।

ହାଟକୁ ଆସିଛି ସଉଦା କରି ସେ

     ହାଟର ସଉଦା ସାରି

କରି ହାଟ ସଉଦା ରୁହେନି ହାଟରେ

      ଆସଇ ହାଟରୁ ଫେରି।

ଏହି ରିତି ନିତି  ସଂସାର ସଉଦା

      ରହିଅଛି ଏହି ପରି

ସରିଗଲେ ହାଟ  ରହିବେନି କେହି

    ହୃଦୟୁ ପ୍ରାଣ ଯାଏ ବାହାରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics