STORYMIRROR

Dhirendra Behera

Classics Inspirational Others

3  

Dhirendra Behera

Classics Inspirational Others

ଦାଦନ

ଦାଦନ

1 min
214


ଯୋଗ୍ଯତା ଶେଷ ଓଡି଼ଶାରେ କରିବୁ

ଚାକିରୀ ପାଇଁ ବାହାରେ ଦାଦନ ଖଟିବୁ ।।


ରାଜନୈତିକ ଦଳର ଛନ୍ଦ କପଟରେ

ଅନ୍ଧକାରମୟ ଆମ ଭବିଷ୍ୟତ ।।


ଛଦ୍ମବେଶୀ ସାଜିଛନ୍ତି ଲୁଣ୍ଠନକାରୀ

କୂଟନୀତିର ଚକ୍ରାନ୍ତ ଆମେ କି ପାରିବୁ ଜାଣି ।।


ଦିନ ପରେ ରାତି ରାତି ପରେ ଦିନ ଗଲା ଯେ ବିତି

ପଥହରା ସାଜିଛୁ ଉପାୟ ଶୁନ୍ୟ ଆମ ଚଲାପଥ ।।


ସରକାରଙ୍କ ଧଳା ପୋଷକ ଆହୋରଣ କରି

ଛୋଟ ଛୋଟ ହୃଦୟର କର ଭକ୍ଷଣକାରୀ ।।


ଓଡି଼ଶାର ଭବିଷ୍ୟତ କଣ ସତରେ ଦାଦନ

ତା ହେଲେ କଣ ପାଇଁ ଦେଉଛନ୍ତି ମିଛ ପ୍ରଲେପନ ।।


ରାଜାର ଧର୍ମ ଓ ନୀତିଶିକ୍ଷା ଅଟଇ ସଂସ୍କାର

ଛାମୁ କଣ ଭୁଲିଗଲେ ଶପଥ ତାଙ୍କର ।।


ଅଭିନୟ କରି ଆଉ କେତେ ଦିନ ଠକିବେ

ପରିବାର ଭରଣ ପୋଷଣ ପାଇଁ

ଓଡି଼ଶାର ଭାଇ ଭଉଣୀ ମୋର କେତେ

ଦିନ ଆଉ ଦାଦନ ଯିବେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics