STORYMIRROR

Dhirendra Behera

Inspirational Others

3  

Dhirendra Behera

Inspirational Others

ଗୁରୁକୃପା

ଗୁରୁକୃପା

1 min
450


  

ବନ୍ଦେ ଶ୍ରୀ ଗୁରୁଦେବ ନୀଳ ଲାବଣ୍ୟ

 ମୋ ଦୁଃଖ ଶୁଣ ଡେରି ଶ୍ରବଣ l

 

ଦିନନାଥ ଥାଉଁଣ ଅନ୍ଧାର ଘୋଟେ ପୁଣ

 ତିମିର କରିଦିଅ ମୋଚନ ll

  

ହେ ଦେବ ଜଳ ସ୍ଥଳ ହେ ଆକାଶ ମଣ୍ଡଳ 

   ପବନ ଅଗ୍ନି ରୂପେ ସୃଜନ ll


ହେ ଦେବ ପିତା ମାତା ହେ ଜଗତ କରତା 

   ଭକତି ଯୋଗ କୁହ ଆପଣ ll


ହେ ଦେବ ହୃଷୀକେଶ ମହାଶୂନ୍ୟରେ ବାସ 

   ପଦ୍ମ ପାଦେ ପସୁଛି ଶରଣ ll


ହେ ଅନାଦି ଗୋସାଇଁ ତୋ ବିନୁ ଅନ୍ୟ ନାହିଁ 

   ନିରତେ ରହିଥିବ ମୋ ଧ୍ୟାନ ll


ହେ ଅରୁପ ଅ ଦେହି ରୂପ ଭକ୍ତଙ୍କ ପାଇଁ 

  ସଭିଙ୍କ ଦୁଃଖ କର ମୋଚନ ।।


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational