Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dhirendra Behera

Inspirational

3.7  

Dhirendra Behera

Inspirational

ବନ୍ଦେ ମାତରମ୍

ବନ୍ଦେ ମାତରମ୍

1 min
75



ଜନନୀ ତୁ ଜନ୍ମଭୂମି ଜୟଗାନେ କର ସଭିଏଁ ଜାଗ୍ରତ

ମାଟି ନୁହେଁ ମମତାର ମହାମନ୍ତ୍ରେ ସର୍ବଦା ମନ୍ତ୍ରିତ


 ଲକ୍ଷ ଲୋକ ଲୁହ ଲହୁ ସୁ ଖିତ

 ଶାନ୍ତି ଶତଦଳ ଶେଷେ ସୁଶୋଭିତ


ମୁକ୍ତିଭୂମି, ମୈତ୍ରୀଭୂମି, ମାତୃଭୂମି -ଭାରତ....

    ବନ୍ଦେ ମାତରଂ (୧)


ଭାରତ ମାତାର ସୁଯୋଗ୍ୟ ସନ୍ତାନ

  ମୋ ସୈନିକ ଭାତୃଗଣ-

 ଦେଶ ସୁରକ୍ଷାରେ ଅମୂଲ୍ୟ ଜୀବନ

  କରିଥାନ୍ତି ସମର୍ପଣ-


  ଆମ ଏ ମାଟିର ମେରୁଦଣ୍ଡ ପରି

  କୃଷକ ଭାଇ ଯେ ଅଟଇ ଆମରି

ତୋର ଶୀତଳ ପରଶେ ପାଣି ପବନେ ମୁଁ ହେବି ଜଗତଜିତା-

     ବନ୍ଦେ ମାତରଂ (୨)


ଜନମିଲେ ମଧୁ ଗାନ୍ଧୀ ଗୋପବନ୍ଧୁ

  ହସିଲା ଭାରତ ମାତା-

 ତାଙ୍କ ଲାଗି ଆଜି ଦୁଃଖ ଗଲା ହଜି

  ପାଇଗଲୁ ସ୍ଵାଧୀନତା-

   

ଏ ମାଟି ମଣିଷ ଅତୀତକୁ ଭୁଲି ଶାନ୍ତିରେ ଶୋଇଛି ଏବେ

କେତେ ଯେ ସଂଗ୍ରାମ ରକ୍ତପାତ କଥା ଭୁଲି ତ ଗଲେଣି ସର୍ବେ

ତୁହି ତ ଆମ ଗୌରବ ଜନମ ଭୂମି ହୃଦରେ କୋଟି ପ୍ରଣାମ 

    ବନ୍ଦେ ମାତରଂ (୩)


     



Rate this content
Log in

Similar oriya poem from Inspirational