STORYMIRROR

Dhirendra Behera

Classics Inspirational Others

4  

Dhirendra Behera

Classics Inspirational Others

ଜରି ଗୋଟାଳି

ଜରି ଗୋଟାଳି

1 min
169


ଜୀବନ କାଳରୁ  ଗୋଟିଏ ନାମରେ

     ଜରି ଗୋଟାଳି ମୋ ପରିଚୟ

ଫୁଟୁ ଫାଟ କଡେ  ବସ ଷ୍ଟାଣ୍ଡରେ

     ଚାଲେ ମୋର ଅଭିନୟ ।।


ଝାଟି ମାଟି ଘରେ  ଚାଳ ଛପରରେ

     ଆଶରା ଟିକିଏ ମୋର

ମିଞ୍ଜି ମିଞ୍ଜି ଜଳେ  ଡିବି ଆଲୁଅଟା

     ତେଜିବାକୁ ନାହିଁ ବଳ ।।


ସୁରୁଜ ଉଇଁଲେ  ବସ୍ତାଟିଏ ଧରି

    ବାହାରି ଯାଏ ମୁଁ ଘରୁ

ଗୁଣ୍ଡେ ଖାଇ   ଗୁଣ୍ଡେ ନେଇ ଥାଏ

ବାସି ପଖାଳ ହାଣ୍ଡିରୁ ।।


ଖରା ବରଷାରେ   କଟୁଥାଏ ଦିନ

    ଦେହକୁ କରି ପଥର

ଗମ୍ ଗମ୍ ଝାଳ   ବୋହି ଯାଉଥାଏ

ଜାଣିପାରେ ନାହିଁ ମୋର ।।



ଜୀବନ ଯମୁନା  ଓଲଟା ସୋତରେ

     ଦଦରା ନାବକୁ ଧରି

ବୁଡିଯିବା ବେଳେ   ମଙ୍ଗଟିକୁ ଧରି

     ଜୀବନକୁ କରେ ପାରି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics