STORYMIRROR

Dhirendra Behera

Others

2  

Dhirendra Behera

Others

ଶବ୍ଦ

ଶବ୍ଦ

1 min
147


ଶବ୍ଦ ଝରିଦିଏ ନୟନରୁ ନୀର ଗଦ ଗଦ

 ଶବ୍ଦ କରିଦିଏ ହୃଦୟର ସ୍ପନ୍ଦନ ବନ୍ଦ ।।

  

ଶବ୍ଦ ଭରିଦିଏ ମନରେ ଆଶାର ଆଲୋକ

ଶବ୍ଦ କରିଦିଏ ପରଲୋକଙ୍କୁ ପୁଣି ନିଜ ଲୋକ ।।


ଶବ୍ଦ ଏକ ରସ ତାହା ମନକୁ କରାଏ ହରସ

ଶବ୍ଦ ଏକ ସୁବାସ ମୁହଁରେ ଫୁଟାଏ ହସ ।।


ଶବ୍ଦ ଶୁଣି ମନ ହୋଇଯାଏ ବିଷାକ୍ତ

ଶବ୍ଦ ଶୁଣି କିଏ ହୋଇଯାଏ ବ୍ୟସ୍ତ ବିବ୍ରତ ।।

   


ଶବ୍ଦ ଏକ ପାପ ଯାହା ଭାବନାର ଅଭାବ

ଶବ୍ଦ ଏକ ଖୋଜା ତାହାହେଲେ କିଛି ଅଭାବ ।।


ଶବ୍ଦ ଏକ ସ୍ପର୍ଶ ଯାହା ସଙ୍ଗୀତ ସ୍ଵରରେ

ଶବ୍ଦ ଏକ ସ୍ୱର ତାହା କଣ୍ଠର ବୀଣା ରେ ।।


ଶବ୍ଦ ଏକ ସମ୍ପର୍କ ଯାହା ମନ ମିଳନରେ

ଶବ୍ଦ ଏକ ନର୍କ ତାହା ହୃଦ ବେଦନାରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍