ଅନୁତାପ
ଅନୁତାପ
ହେଁ ଅଦୃଶ୍ୟ ଦେବତା
କାହିଁକି ଏ ପରିହାସ ପ୍ରଭୁ
ଦୁନିଆଁର ଲାଳସା ଦେଖାଇ
ବଞ୍ଚିିିିବାର ଆଶା ଉପୁଜାଇ
କାହିଁକି ମୋ ପଦ୍ମ ତୁଲ୍ୟ ହୃଦୟଟାକୁ ହୁୁୁ
ଆହୁରି କଳୁଷିତ କର ?
ଭାବିଛ କି କାଳେ ମୋର ପ୍ରଲୁବ୍ଧ ଦୃଷ୍ଟି ପଡ଼ିବ
ତୁୁମର ଏ ପ୍ରତାରକ ଦୁନିଆଁ ଉପରେ
ନାଁ କେବେ ନୁହେଁ ପ୍ରଭୁ !
ବାଲ୍ୟକାଳେ କରିଥିଲି ଅଜ୍ଞାନତାରେ
ଅନେକ ଭୁଲ ତ୍ରୁଟି
ସେଥିପାଇଁ ଆଜି ମୁଁ ଲଜ୍ଜିତ ।।
ଅତୀତକୁ କରି ରୋମାନ୍ଥିତ
କରନାହିଁ ମୋତେ ବିଚଳିିତ
ଅନୁତାପ ବହ୍ନିରେ ମୁଁ ନିତ୍ୟ ପ୍ରଜ୍ବଳିତ
ଆଜି ମୁହିଁ ଖାଲି ଅନୁତପ୍ତ
କେବଳ ଅନୁୁୁତପ୍ତ ହିଁ ଅନୁତପ୍ତ୍ ।।