Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational Others

3  

KRUTIBAS NAYAK

Classics Inspirational Others

ଜରି ଗୋଟାଳି ମୁଁ

ଜରି ଗୋଟାଳି ମୁଁ

1 min
219


ଶବ୍ଦରୁ ସୃଜନ -29 : ଜରି ଗୋଟାଳି


ଜରି ଗୋଟାଳି ମୁଁ ବାଟେ-ଘାଟେ ବୁଲି ଅଳିଆରୁ ନିଏ ଜରି,

ପେଟ ପୋଷିବାକୁ ସକାଳୁ ବାହାରେ ବଡ଼ଅଖା ଖଣ୍ଡେ ଧରି ।


ସଭିଙ୍କ ଦୃଷ୍ଟିରେ ନିକୃଷ୍ଟ ଲୋକ ମୁଁ ଆବର୍ଜନା ଘାଣ୍ଟେ ବୋଲି,

ମୋର ପତ୍ନୀ କନ୍ୟା ସଭିଏଁ ଏ' ବୃତ୍ତି କରୁଥାଉଁ ବୁଲିବୁଲି ।


ଧୁଆଧୋଇ କରି ଜରି ପ୍ଲାଷ୍ଟିକକୁ କବାଡ଼ିବାଲାକୁ ଦେଉ,

ଆମ ରୋଜଗାର ହୁଏ ସେ ଜରିରୁ ସେ ଧନରେ ଆମେ ଖାଉ ।


ଆମ ସରକାର ଜରି ବ୍ୟବହାର ବନ୍ଦ କରନ୍ତି ସିନା,

ଧରମକୁ ସିଏ ମିଛ ଆଖିଠାର କେହି ମାନନ୍ତିନି ମନା ।


ସେଇ ଜରି ସିନା ବିଷାକ୍ତ ବାଷ୍ପକୁ ଛାଡ଼ିଥାଏ ପବନରେ,

ମାଟିରେ ମିଶେନା ଏଣେତେଣେ ଉଡ଼ି ଆବର୍ଜନା ସୃଷ୍ଟିକରେ ।


କେତେ କ୍ଷତିକରେ ଜୀବ ଜଗତର ଏଇ ପଲିଥିନି ଜରି,

ପରିବେଶ ଚିନ୍ତା ମଣିଷ କରେନା ଗୋମାତା ଯାଆନ୍ତି ମରି ।


ଅଜାଣତେ ମୁହିଁ ପରିବେଶ ରକ୍ଷା କରିଥାଏ ଜରିନେଇ,

ଏବେ କୁହ ତୁମେ ମାନବ ଜାତିର ସେବା କରୁଛି କି ନାହିଁ ?



Rate this content
Log in

Similar oriya poem from Classics