STORYMIRROR

ARUN MAHAPATRA

Classics

3  

ARUN MAHAPATRA

Classics

ହାଟ

ହାଟ

1 min
329

ଭଳି ଭଳି ଦରବର ପସରା ମେଲି

ବସିଥାନ୍ତି କେତେ

ବୁଲୁଥାନ୍ତି ମେଞ୍ଚା ମେଞ୍ଚା ଗ୍ରାହକ ଏଠାରେ

ନିତି ପ୍ରତିଦିନ ଆସନ୍ତିନି ସିନା

ଦ୍ରବ୍ୟ ଅଟେ ଏଠି ସବୁ ନିତ୍ୟ ବ୍ୟବହାର୍ଯ୍ୟ

କେତେ ଦୂରୁ ଆସିଥାନ୍ତି ଗ୍ରାହକ ଏଠାକୁ

ମୂକ ସାକ୍ଷୀ ଏଠି ନଣ୍ଡା ବରଗଛ

ଆଉ ଲମ୍ବା ତାଳ ବଣ ।


ଦୂରୁ ଶୁଭେ ହମ୍ବା ରଡ଼ି

ଗୋଡବନ୍ଧା କୁକୁଡ଼ାର ଆର୍ତ୍ତ ଚିତ୍କାର

ନାଲି ବେଲୁନର ପେଟ ଫଟା ଶବ୍ଦ

ଆଉ ଖଟ୍ ଖାଟ୍ ଗୁପ୍ ଚୁପ୍ ଦୋକାନୀର ।


ବାଡି ଶାଗ ବିଡା ଧରି

ବୁଢ଼ା ବାପୁଡ଼ାଟି

ଆତୁର ନୟନେ ଚାହିଁ ରହିଥାଏ

ବିଦା ହେବ

ନିରାପଦେ ପହଞ୍ଚିବ

ସୂର୍ଯ୍ୟାସ୍ତ ପୂର୍ବରୁ।


ନୀଳ ନାନା ଫେରିଥାନ୍ତି

ହାଟ ସାରି

ଘଣ୍ଟି ମାରି କଟ କଟ କରୁଥିବା

ସାଇକଲଟିରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics