STORYMIRROR

Yudhisthir Khamari

Classics

3  

Yudhisthir Khamari

Classics

ମହତ୍ତ୍ଵ ଜନ୍ମଦିନର

ମହତ୍ତ୍ଵ ଜନ୍ମଦିନର

1 min
447

ଜନ୍ମଦିନ ପାଳେ ମଣିଷ

ଆନନ୍ଦରେ ନାଚି ଉଠେ

ମୁଖରିତ ହୁଏ ଉତ୍ସବର ତାଳେ

ଆୟୋଜିତ ହୁଏ ସୁରା

ମାତାଲ୍ ହୁଅନ୍ତି ଆନନ୍ଦ ମନରେ

ହୁଏ ଅର୍ଥ ବ୍ୟୟ, ପାର୍ଟି

ଲୋକଙ୍କୁ ପରଶିବାର ଆନନ୍ଦରେ

କୁରୁଳି ଉଠେ

ଦିନଟି ସରିଗଲେ ବିଚାର ହୁଏ

ନିକାଶ ହୁଏ ଗତ ଦିନର କାରନାମା

ସ୍ୱଳ୍ପ ସମୟର ପଶ୍ଚାତାପ ପରେ

ପୁଣି ପୂର୍ବାବସ୍ଥା

ଆସନ୍ତା ବର୍ଷକୁ ଆହୁରି ଧୁମ୍ ଧାମ୍

ହେଲେ,

ମଣିଷ ବୁଝେନି ମହତ୍ତ୍ୱ ଜନ୍ମଦିନର

ବୁଝେନି ଆମ ସଂସ୍କୃତି ପରମ୍ପରାକୁ

ଆପଣାଏ ପାଶ୍ଚାତ୍ୟ ସଂସ୍କୃତି

ଜନ୍ମଦିନରେ ହିଁ ମଣଷର ନୂତନ ଜନ୍ମ ହୁଏ

ସଂସ୍କୃତି କହେ ନାଶିବାକୁ ଅବଗୁଣ

ସୃଜିବାକୁ ନୂତନ ସଦଗୁଣ

ଯହିଁ ଜୀବନ ଭରିବ ନୂତନ ସ୍ପନ୍ଦନ ରେ

ସ୍ମରିବ ପ୍ରତି ଜନ୍ମଦିନେ

ପୂଜିବ ବୟୋଜ୍ୟେଷ୍ଠ

ବାଣ୍ଟିବାକୁ ଖୁସି

ପରଶିବ ଦୁଃଖି ରଙ୍କି ଠାରେ

ସୃଜିବ ନୂତନ ଭାବନା



Rate this content
Log in

Similar oriya poem from Classics