ସ୍ପର୍ଶ
ସ୍ପର୍ଶ


ଦୁଇ ଗୋଟି ଅକ୍ଷରରେ ଗଢ଼ା ଏହି ଶବ୍ଦ
ଶବଦ ଗୋଟିଏ ହେଲେ ଭାବାର୍ଥ ବିଶଦ ।
ବାତ୍ସଲ୍ୟ ମମତା ଥାଏ ମାତାର ସ୍ପର୍ଶରେ
ଅଭିମାନ ଦୂର ହୁଏ ପିତାଙ୍କ ଛୁଆଁରେ ।
ଭାଇଙ୍କ ସ୍ପର୍ଶରେ ମିଳେ ସୁଖଦ ଭାତୃପ୍ରେମ
ପବିତ୍ର ମଧୁର ପୁଣି ସ୍ନେହ ତା ଅସୀମ ।
ଭିନ୍ନ ଏକ ରୂପ ନିଏ ଡାକ୍ତରଙ୍କ ସ୍ପର୍ଶ
ଛୁଇଁ ଦେଲେ ରୋଗୀକୁ ସେ ମିଳଇ ଆଶ୍ଵାସ ।
କାମନାର ସ୍ପର୍ଶ କରେ ହ ରୋମାଞ୍ଚିତ
କାମାତୁର ମଣିଷକୁ କରଇ ଉନ୍ମତ୍ତ ।
ଭାବ ପୂର୍ଣ୍ଣ କବିତାଟି ଛୁଇଁ ଯାଏ ମନ
ସେତେବେଳେ ଧନ୍ୟ ହୁଏ କବିର ଲିଖନ ।