STORYMIRROR

Amit Bal

Classics

3  

Amit Bal

Classics

ଅସୁରକ୍ଷିତ ପରୀ

ଅସୁରକ୍ଷିତ ପରୀ

1 min
206

କୋଉ ପଞ୍ଜୁରୀରେ ରଖି ହେବ ପରୀକୁ ସୁରକ୍ଷିତ

      ଚାରିଦିଗ ତ ଆଜି ଆତଙ୍କରେ ଭରା

ରାତିକୁ ଜଗିବା ନା ଭାବେ ଦିନକୁ

  ମୁଖାପିନ୍ଧା ମଣିଷଠୁ ଭୟାନକ କିଏ ଅଛି ଦୁନିଆ ସାରା ,


ପରୀର ହଜାରେ ନିରୀହ ପ୍ରଶ୍ନକୁ

       ମୋର ଉତ୍ତର ନିଅଣ୍ଟ ପଡୁଛି ,

ଆଜି କାଲି ମୁଁ ବି ତାକୁ

     ଭୁଲାଇ ଗେହ୍ଲେଇ ଗୁଡ଼ାଏ ଡାହା ମିଛ କହୁଛି .......


ଘୋଡାଇ ରଖୁଛି ତାକୁ 

       ମିଥ୍ୟା ଆଭିଜାତ୍ୟର ଗପ କହି

           ସୁରକ୍ଷାର ବହୁରୂପୀ କଟକଣା ମଧ୍ୟରେ,

କହୁଛି ତୁ ଏକା କେମିତି ଯିବୁଲୋ ମା

     ମୁଁ ବି କଲେଜ ଟିଉସନ ଯିବି ତୋରି ସାଥିରେ ....


ଘର କୋଣରେ ବଢିଲା ଝିଅ

     ଆଣେ ସବୁବେଳେ ମା' ବାପା ମନରେ ଭୟ ,

ଦିନର ଆଲୁଅରେ ବି ଯେଉଁଠି ଅସୁରକ୍ଷିତ ପରୀ

   ଜଣା ନାହିଁ କିଏ ଦେବ କେବେ ତାକୁ ,

              ସ୍ବାଛନ୍ଦ୍ଯରେ ବୁଲିବାର ଅଭୟ .....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics