STORYMIRROR

Mr.GAGAN BIHARI NAYAK

Fantasy

4  

Mr.GAGAN BIHARI NAYAK

Fantasy

ଶ୍ରୀ ଈଶ୍ବର-ସର୍ବେଶ୍ବର

ଶ୍ରୀ ଈଶ୍ବର-ସର୍ବେଶ୍ବର

1 min
219


ଶ୍ରୀ ଅଧରର ହସ,

ଶ୍ରୀ ଅଙ୍ଗେ ପୀତବାସ,

ଶ୍ରୀଲକ୍ଷ୍ମୀ ପ୍ରାଣ ପ୍ରିୟା

ଶ୍ରୀହରି ବିନୋଦିଆ

ହେ! ଜଗନ୍ନାଥ...

ହାତ ପାତିଛି କର ଦୟା(0)


ଦୟାର ଶ୍ରୀ ଅଧୀଶ୍ବର 

ଚଳଚ୍ଚିତ୍ର ବିଶ୍ବ ସଂସାର 

ନୀଳମାଧବ ଠାକୁର

ପ୍ରାଣଧନ ଶବରର

ଗଲ ତାକୁ ମୂର୍ଚ୍ଛି ଦେଇ

ହେ! ପ୍ରଭୁ ଜଗତ ସାଇଁ

ଗୁଣ୍ଡିଚାର ଲୁହ ଦେଖି 

କଲ ସୁଦୟା (୧)


କରି କରାଉଛ ସାଇଁ

ତୁମ ବିନା କେହି ନାହିଁ

ଶ୍ରୀକଳାର ଅଧୀଶ୍ବର 

ତୁମେ ବିଶ୍ବ କଳାକାର

କେବେ ଶବର ପାଇଲା

କେବେ ଗୁଣ୍ଡିଚା ଧ୍ଯାୟୀଲା

ସୁରାସୁର ସର୍ବେଶ୍ଵର 

ତୁମରି ମାୟା (୨)



Rate this content
Log in

Similar oriya poem from Fantasy