ଶ୍ରେଷ୍ଠ ପରାକାଷ୍ଠା
ଶ୍ରେଷ୍ଠ ପରାକାଷ୍ଠା
କବିତା - ଶେଷ୍ଠ ପରାକାଷ୍ଠା
ରଚନା - ପଞ୍ଚାନନ ଜେନା
ତାରିଖ - ୧୪-୧୧-୨୦୨୪
ତୁମର ହେଇ ବି
ତୁମକୁ ଆପଣାର କରି ପାରିଲିନି
ତୁମ ହୃଦୟର ପାଖ ହେଇ ବି
ତୁମ ହାତଧରି ଘରକୁ ଆଣି ପାରିଲିନି
କେଡେ ଭାଗ୍ୟହୀନ ଭାବ
କେଡ଼େ ହତଭାଗ୍ୟ ଭାବ
ସବୁ ସେହି ବିଧିର ବିଧାନ
ମାନି ନେଇଛି ନିୟତିର ନିଷ୍ଠୁର ବିଧାନ -୦
ତୁମକୁ ହୃଦୟ ଦେଇ ବି
ତୁମ ସିନ୍ଥିରେ ସିନ୍ଦୁର ଟିପେ ଦେଇ ପାରିଲିନି
ତୁମ ସ୍ନେହର ସାଉଁଳା ପାଇ ବି
ତୁମ ସହିତ ସଂସାର ଗଢି ପାରିଲିନି
କେଡ଼େ ଭାଗ୍ୟହୀନ ଭାବ
କେଡ଼େ ହତଭାଗ୍ୟ ଭାବ
ସବୁ ସେହି ସମୟର ଖେଳ
ପିଇ ଚାଲିଛି ମୁଁହ ଖୋଲି ବିରହ -ଗରଳ-୧
ତୁମକୁ ଶୟନେ ସପନେ ଭାବି ବି
ତୁମକୁ ପତ୍ନୀ ସହଧର୍ମିଣୀ କରି ପାରିଲିନି
ତୁମ ସ୍ମୃତିକୁ ଗଣ୍ଠିଲି କରି ବି
ତୁମ ବିରହେ ବିଧୂରେ ମରି ପାରିଲିନି
କେତେ ଭାଗ୍ୟହୀନ ଭାବ
କେଡ଼େ ହତଭାଗ୍ୟ ଭାବ
ସବୁ ସେହି ଜୀବନ ନାଟକ
ଦେଖି ଦେଖାଉଛି ବିୟୋଗାନ୍ତକ -ଫାଟକ-୨<
/p>
ତୁମର ଅତୀତ ହେଇ ବି
ତୁମକୁ ବର୍ତ୍ତମାନର ଆସନ ଦେଇ ପାରିଲିନି
ତୁମର ରାଣ ପ୍ରାଣ ଆପ୍ରାଣ ହେଇ ବି
ତୁମକୁ ମୋ ସନ୍ତାନର ଜନନୀ କରି ପାରିଲିନି
କେଡ଼େ ଭାଗ୍ୟହୀନ ଭାବ
କେଡ଼େ ହତଭାଗ୍ୟ ଭାବ
ସବୁ ସେହି ବିଶ୍ଵନିୟନ୍ତାଙ୍କ ଇଚ୍ଛା
କରି କରାଉଛି ମାୟାରେ ବାୟା ସଦିଚ୍ଛା -୩
ତୁମର ପ୍ରଥମ ପ୍ରେମ ହେଇ ବି
ତୁମକୁ ମଙ୍ଗଳସୂତ୍ର ପିନ୍ଧେଇ ପାରିଲିନି
ତୁମକୁ ମନ ମନ୍ଦିରେ ବସେଇ ବି
ତୁମକୁ ମୋ ଅଗଣାର ଗୃହଲକ୍ଷ୍ମୀ କରି ପାରିଲିନି
କେଡ଼େ ହତଭାଗ୍ୟ ଭାବ
କେଡ଼େ ଭାଗ୍ୟହୀନ ଭାବ
ସବୁ ସେହି ଅଦୃଷ୍ଟର ଚକା ଭଉଁରୀ ଖେଳ
ଚକ୍ର ପରି ଆବର୍ତ୍ତ କରୁଛି ଉପର ତଳ -୪
ପାଖ କାନ୍ଥସବୁ ଫୁସ୍ ଫାସ୍ କହୁଥିଲେ
ପାଇବା ନୁହଁ ତ୍ୟାଗିବା ପରା
ଭୋଗିବା ନୁହଁ ବିରହ ପରା
ସଂସାର ନୁହଁ ବୈରାଗ୍ୟ ପରା
ବିବାହ ନୁହଁ ଚିର କୁମାର ପରା
ସ୍ନେହ ପ୍ରେମର ତ୍ୟାଗର ଶ୍ରେଷ୍ଠ ପରାକାଷ୍ଠା
ଭାଗ୍ୟହୀନ ନୁହଁ
ହତଭାଗ୍ୟ ନୁହଁ
ଭାଗ୍ୟବାନର ଚରମତମ ପ୍ରଚେଷ୍ଟା ।