STORYMIRROR

PRABHAS KUMAR MOHAPATRA

Abstract

2  

PRABHAS KUMAR MOHAPATRA

Abstract

ଶ୍ରେଷ୍ଠ ଦାତା

ଶ୍ରେଷ୍ଠ ଦାତା

1 min
424

ମାଟିର ମଣିଷ କରେ ସେହି ଚାଷ

ମାଟିରେ ହୋଇଯେ ମାଟି

ଅନ୍ୟ ମୁହେଁ ଦାନା ନିଜ ପେଟେ କନା

ଦେଇ ଦିଏ ଅର୍ଣ୍ଣ ବାଣ୍ଟି


ବରଷା କାକର ଗ୍ରୀଷିମ ପ୍ରଖର

ପିଠିରେ ଶହିଛି ହସି

ତୁଣ୍ଡେ ମାରି ଝାଳ କରଇ ଅମଳ

ପାଇଁ ରେ ଜଗତ ବାସି


ଟାଙ୍ଗରା କ୍ଷେତରେ ଫଳାଏ ଫଳରେ

ମାଟି ସଙ୍ଗେ ହୋଇ ମାଟି

ନିଜ ଓଠୁ ହସ କରି ସେହି ନାଶ

ଅନ୍ୟ ଓଠେ ଦିଏ ଭେଟି


ସୁରୁଜ ନଊଣୁ କେହି ନଉଠୁଣୁ

ଯାଏ ରେ ଚାଲି ଯେ କ୍ଷେତ

ନ ବୁଡିଲେ ରବି ନ ଫେରେ କେବେବି

ଫେରେ ନାହିଁ ବାସ ସେତ


ଏମିତି ଈଶ୍ୱର ଜୀବନ୍ତ ଠାକୁର

ଯା ପାଇଁ ଜଗତ ଅଛି

ତାଙ୍କରି ଚରଣେ ଜଗତ କଲ୍ୟାଣେ

ମୁଁ ପ୍ରଣାମ ଜଣାଉଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract