ଶ୍ରେଷ୍ଠ ଦାତା
ଶ୍ରେଷ୍ଠ ଦାତା
ମାଟିର ମଣିଷ କରେ ସେହି ଚାଷ
ମାଟିରେ ହୋଇଯେ ମାଟି
ଅନ୍ୟ ମୁହେଁ ଦାନା ନିଜ ପେଟେ କନା
ଦେଇ ଦିଏ ଅର୍ଣ୍ଣ ବାଣ୍ଟି
ବରଷା କାକର ଗ୍ରୀଷିମ ପ୍ରଖର
ପିଠିରେ ଶହିଛି ହସି
ତୁଣ୍ଡେ ମାରି ଝାଳ କରଇ ଅମଳ
ପାଇଁ ରେ ଜଗତ ବାସି
ଟାଙ୍ଗରା କ୍ଷେତରେ ଫଳାଏ ଫଳରେ
ମାଟି ସଙ୍ଗେ ହୋଇ ମାଟି
ନିଜ ଓଠୁ ହସ କରି ସେହି ନାଶ
ଅନ୍ୟ ଓଠେ ଦିଏ ଭେଟି
ସୁରୁଜ ନଊଣୁ କେହି ନଉଠୁଣୁ
ଯାଏ ରେ ଚାଲି ଯେ କ୍ଷେତ
ନ ବୁଡିଲେ ରବି ନ ଫେରେ କେବେବି
ଫେରେ ନାହିଁ ବାସ ସେତ
ଏମିତି ଈଶ୍ୱର ଜୀବନ୍ତ ଠାକୁର
ଯା ପାଇଁ ଜଗତ ଅଛି
ତାଙ୍କରି ଚରଣେ ଜଗତ କଲ୍ୟାଣେ
ମୁଁ ପ୍ରଣାମ ଜଣାଉଛି
