ଶ୍ରଦ୍ଧାଞ୍ଜଳି
ଶ୍ରଦ୍ଧାଞ୍ଜଳି
ସବୁ ମାୟାମୋହ ବନ୍ଧନକୁ କାଟି
ଚାଲିଗଲୁ ବଡ଼ଭାଇ
ତୋ ସ୍ନେହ ମମତା ସହଯୋଗ ତୋର
ପାସୋରି ପାରୁନି ମୁହିଁ ।
ସବୁ କାମେ ତୁହି ହୋଇ ଆଗଭର
କରିଥିଲୁ ସମ୍ପାଦନ
ତୋର କର୍ମ ସବୁ ମନେ ପକାଉଛି
ଅନ୍ତର କରେ ରୋଦନ ।
କୃଷ୍ଣ ପାଦେ ସଦା ଥିଲା ତୋର ମନ
ନାମ ସଙ୍କୀର୍ତ୍ତନେ ଭକ୍ତି
ସେଇଥିପାଇଁ କି ପ୍ରଭୁ ଚରଣରେ
ହେଲା ତୋର ଆଜି ମୁକ୍ତି ।
ଏ ଅଞ୍ଚଳ ସାରା ଯୋଡ଼ି ହୋଇଥିଲୁ
ଝୁରୁଛନ୍ତି ତତେ ଲୋକ
ଯାହା ଅର୍ଜିଗଲୁ ମନୁଷ୍ୟ ଜୀବନେ
ହୋଇ ତ ଗଲା ସାର୍ଥକ ।
ମାଗୋ ଘଣ୍ଟେଶ୍ୱରି ଚରଣେ ତୋହର
ହେଉ ତାର ସଦଗତି
ଦେଇ ଶ୍ରଦ୍ଧାଞ୍ଜଳି ଅନ୍ତରୁ ମୁଁ ଆଜି
ତୋ ପାଦେ କରେ ବିନତି ।