ଶ୍ରାବଣୀ
ଶ୍ରାବଣୀ
ମୁଁ ତ ଥିଲି ମୃତପ୍ରାୟ
ନୀରବ
କ୍ଲାନ୍ତ, ଅସହାୟ, ନିଃସହାୟ
ହୋଇଥିଲି ଅଣନିଃଶ୍ଵାସୀ
ହାରିଥିଲି ଶତଥର
ଜୀବନଯୁଦ୍ଧରେ
କରି ଅବିରତ ସଂଘର୍ଷ
ଶୁଖା ମନ ଓ ଭଙ୍ଗା ସପନମାନେ
ହୋଇଥିଲେ ମୋର ଆତ୍ମୀୟ ।
ବେସାହାରା ଯାଯାବର ଜୀବନେ ମୋର
ସାଜିଲୁ ସୁଖର ଆଶାରା
ମନଦେଇ କିଣିଲୁ ମନମୋର
ନିଜର କରି ସମ୍ଭାଳିଲୁ
ଆଉଥରେ ଜିଇଁବାକୁ
ଆଉଥରେ ସପନ ଦେଖିବାକୁ
ଭରସା ବି ଦେଲୁ
ଭିଜେଇଲୁ ମୋତେ ତୋ ମିଠା ମିଠା
କଥା ଓ ଛୁଆଁରେ
ଆସି ମୋ ଜୀବନେ
ସୁଖ ଶ୍ରାବଣୀ ହୋଇ
ଭିଜେଇଦେଇ ହଁ ଭିଜେଇଦେଇ ।

