STORYMIRROR

pabitra Kumar nayak

Tragedy

2  

pabitra Kumar nayak

Tragedy

ଶ୍ରାବଣୀ

ଶ୍ରାବଣୀ

1 min
14.1K


କୁହ ଗୋ ଶ୍ରାବଣୀ, ସ୍ମିତ ହସ ଘେନି

କାହିଁକି ଆଣିଲ ପୀରତି ଝଡ଼

ଭୁଲି ମୁଁ ଯାଇଛି, ସବୁ ତ ସରିଛି

ଭାଙ୍ଗି ଯାଇଛି ମୋ ଆଶାର ନୀଡ଼....

ଇନ୍ଦ୍ରଧନୁ ବୋଳେ ବାରିଦର

ମାଳେ ଗୋଟି ଗୋଟି କରି ରଙ୍ଗ ପସରା

ଦିନେ ଭିଜୁଥିଲି ସପନରେ

ଖାଲି ସାଉଁଟୁଛି ଆଜି ସ୍ମୃତି ଅସରା....

ହେବ କି ପାସୋରି ନିତି ହୁଏ ଝୁରି

ହୃଦୟ କାନନ ପଡ଼ିଛି

ଫିକା ଭୁଲିବି କେମିତି

ତୁମର ସେ ସ୍ମୃତି ତିଳ ତିଳ ହୋଇ ଜଳୁଛି ଏକା....

ବୁଣିବି କେମିତି ଏ ମନରେ ପ୍ରୀତି

ଗୋଟି ଗୋଟି ସବୁ ଦହନ ପରେ

ଓଳି ତଳ ଝର ମେଘ ଓ ମହ୍ଲାର

ଇଙ୍ଗିତ କରିଣ ମୋତେ ପଚାରେ....

ଏକା ଏକା ବସି ଭାବେ ଦିବା ନିଶି

କିଏ ସେ ବୁଝିବ ହୃଦୟ କୋହ

ନିଶବ୍ଦ ନିଶିରେ ନୟନ ନୀରରେ

ପଖାଳଇ ମୁଖ ଭିଜେ ମୋ ଦେହ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy