STORYMIRROR

pabitra Kumar nayak

Others

2  

pabitra Kumar nayak

Others

ଶରତ ଛୁଆଁରେ

ଶରତ ଛୁଆଁରେ

1 min
3.4K


ନୀଳ ଆକାଶର ନୀଳ ଅଗଣାରେ,

ଗୋଟି ଗୋଟି ସେଇ ଭସା ବଉଦ,

ଦୂର ପାହାଡ଼ର ଝରଣାର,

ସୁର ଚପଳାର ଛୁଆଁ ଦୁନ୍ଦୁଭି ନାଦ...l


ଲୁଚିଯାଏ ଧୀରେ ସମୟ ସୁଅରେ,

ଲିଭିଯାଏ ମନୁ ଅକୁହା ସ୍ମୃତି,

ଥିରିଥିରି ବହି କାନେ ଦିଏ କହି,

ଅଝଟ ହୃଦୟ ଅକୁହା ଗୀତି... l


ସୂରୁଯର ତେଜ ମନେ ଭରି ଲାଜ,

ସଞ୍ଜ ଆକାଶରେ ଲୁଚି ଯାଇଛି,

ଗୋଧୂଳି ଗଗନେ ହୋଇଣ ମଗନେ,

ଚାନ୍ଦିନୀ ଆଶାରେ ଶଶୀ ବସିଛି... l


ପୂନେଇଁ ପରଶ ଜୋଛନାର ଆଶ,

ମନେ ଭରିଦିଏ ପୁଲକ ନୂଆ,

ଅଭୁଲା ସେ ସ୍ମୃତି ଭରିଦିଏ ପ୍ରୀତି,

ହୃଦୟ କନ୍ଦରୁ ଉଠଇ ଧୂଆଁ...l


ସବୁଜ ବନାନୀ ସାଜିଛି ଧରଣୀ,

ଶରତ କହୁଛି ଶେଫାଳୀ କାନେ,

ଗଲା ସନ ପ୍ରିୟା କହିଥିଲ ଯାହା,

ଭୁଲି ଯାଇଛ କି ରଖିଛ ମନେ....l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍