STORYMIRROR

pabitra Kumar nayak

Others Romance

3  

pabitra Kumar nayak

Others Romance

ସମ୍ପର୍କ ପ୍ରେମର

ସମ୍ପର୍କ ପ୍ରେମର

1 min
14.4K


ତମେ ପାହାନ୍ତି ଆକାଶେ ଝିଲି ମିଲି ତାରା

ଆଶାର ଆଲୋକ ନୂଆ

ମୁଁ କ୍ଷଣକେ ଉଭେଇ ଯାଉଥିବା

ସେହି ସକାଳ କୁହୁଡ଼ି ଧୂଆଁ...

ତମେ ପୀରତି ସଉଧେ ସ୍ମୃତି ଟୋପା ଟୋପା

ମୁଁ ସ୍ମୃତିର ଅବୁଝା ଅଙ୍କ

ତମେ ଫେରି ଯାଉଥିବା ସାଗରର ଢ଼େଉ

ମୁଁ ସରସୀ କୂଳର ପଙ୍କ....

ତମେ ବୈଶାଖ ବୁକୁର ତତଲା ବୈଶାଖୀ

ମୁଁ ଶୀତଳ ଚଇତି ବାଆ

ତମେ ଗଙ୍ଗ ଶିଉଳିର ମଧୁର ମହକ

ମୁଁ ଅଲୋଡ଼ା ଜୁଇର ନିଆଁ....

ତମେ ଆଷାଢ଼ ବାରିର ପହିଲି ପରଶ

ମୁଁ ମରୁ ବାଲି ତପ୍ତ ଶଯ୍ୟା

ତମେ ଶେଫାଳି ଶାଳର ଚୁନା ଚୁନା ହସ

ମୋ ଆଖି ଲୁହରେ ଭିଜା...

ତମେ କୃଷ୍ଣଚୂଡା ଦେହେ ରଙ୍ଗର ପସରା

ମୁଁ ଫିକା ଫଗୁଣର ଶଶୀ

ତମେ ଶୀତ ସକାଳର ନିଃଶବ୍ଦ ପ୍ରହର

ମୁଁ ଅଝଟ ପ୍ରହର ନିଶି..।..


Rate this content
Log in