STORYMIRROR

pabitra Kumar nayak

Others

3  

pabitra Kumar nayak

Others

ବସନ୍ତ ହଜିଛି

ବସନ୍ତ ହଜିଛି

1 min
14.9K


ଭରା ବଉଳର ପହିଲି ଛୁଆଁରେ ଆସିଚି ଧରାକୁ

ବସନ୍ତ ନାହିଁ ତା'ଦେହରେ

ସବୁଜ ବନାନୀ କୋଇଲି ଗାଉନି ସଙ୍ଗୀତ !!

ବିବର୍ତ୍ତନ ଦେଖ ଘଟି ଚାଲୁଅଛି ମୃଦୁ ମଳୟ ବି ବହୁନି

ସୁଲୁ ସୁଲୁ ବହି ଶୀତଳ ସମୀର ସରାଗରେ କଥା କହୁନି !!

ହଜି ଗଲାଣି ସେ ପ୍ରସ୍ଫୁଟିତ ଲତା

ଭ୍ରମର ସପନେ ଖୋଜଇ ଅଦିନେ ବହୁଛି

ବଇଶାଖୀ ଝାଞ୍ଜି ଉତ୍ତାପେ ଧରଣୀ ସିଝଇ !!

ଦିନଥିଲା ଏଠି କୃଷ୍ଣଚୂଡା ସଙ୍ଗେ ରଙ୍ଗ ବେରଙ୍ଗର

କୁସୁମ ଫଗୁଣ ରଙ୍ଗରେ ରଙ୍ଗେଇ

ହୋଇଣ ବାଣ୍ଟୁଥିଲେ ପ୍ରୀତି ଅସୀମ !!

ଯେତେ ସବୁ ଆଜି ଘଟୁଛି ଧରାରେ

କିଏ ବା ଦେବ ତା ଉତ୍ତର ଫୁଲ ଓ

ଫଗୁଣ ହଜିଯିବ ଯେବେ ପ୍ରଳୟ ଆସିବ ସତ୍ୱର !!

ମରୁଦ୍ୟାନ କୂଳେ ସବୁଜ ବନାନୀ ନିଃଶେଷ ହେବାକୁ

ଲାଗୁଛି ସଚେତନ ହୁଅ ଧରାବାସୀ ମୋର ବସନ୍ତ କେଉଁଠି ହଜିଛି !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍