STORYMIRROR

pabitra Kumar nayak

Tragedy

2  

pabitra Kumar nayak

Tragedy

ବିଳାପ ଧରଣୀର

ବିଳାପ ଧରଣୀର

1 min
1.2K


ଆଉ ନାହିଁ ସେହି ଜହ୍ନଭରା ରାତି ଚାନ୍ଦିନୀ ଢ଼ାଳୁନି ନିଶି ଅଧରେ, କୋଇଲିର ସେହି ମିଠା ମିଠା ତାନ ଶୁଭୁନାହିଁ ପାଶ ଆମ୍ର କୁଞ୍ଜରେ ! ଦିନମଣି କରେ ଅଗ୍ନିର ବରଷା ବହୁନାହିଁ ଆଉ ଶୀତଳ ବାଆ,

ଲାଗୁଛି ଯେମିତି ସକାଳରୁ ସଞ୍ଜ ଧରଣୀ ଦେହରେ ଲାଗିଛି ନିଆଁ !

ଛୋଟ ଆଶା ନେଇ ଭସା ବଉଦଟା ସିଞ୍ଚିଦେଇ ଗଲା ମୁନ୍ଦାଏ ବାରି କହିଲା ସବୁ ତ ଲୁଟି ନେଇଗଲ କେମିତି ଢାଳିବି ଶୀତଳ ବାରି !

ଶୀତଳ ସମୀର ହୋଇଣ ଅଧୀର କହୁଛି ସାଜିଲି ତତଲା ମୁହିଁ

କେଉଁଠି ପାଇବି ପାରୁନାହିଁ ଜାଣି କହିଦିଅ ଥରେ ମୋତେ ବୁଝେଇ ! ଠିକଣା ହଜିଛି ସବୁ ତ ସରିଛି ଯାଯାବର ପ୍ରାୟ ଜୀବନ ମୋର

ମିଛ ମରୀଚିକା ସପନ ରାଇଜେ ସବୁ ଜାଣି ଆଜି ମୁଁ ନିରୁତ୍ତର !


Rate this content
Log in

Similar oriya poem from Tragedy