STORYMIRROR

pabitra Kumar nayak

Others

3  

pabitra Kumar nayak

Others

ଜଗାରେ

ଜଗାରେ

1 min
14.1K


ଜଗତର ନାଥ କାଳିଆ ସାଆନ୍ତ

ଲଗାଇଛୁ ଲୀଳା ଏଭଳି ତୁହି

ତୋ ଭକତ ଡୋରେ ବନ୍ଧାହେଲେ ଥରେ

ମୁକୁଳିବା ବାଟ ମିଳଇ ନାହିଁ....

ବରଷକ ପରେ ତୋ ବଡ଼ ଦାଣ୍ଡରେ

ତିନି ରଥ ପୁଣି ହୋଇଛି ଠିଆ

କିମିଆ କରିଲୁ ସାରା ଦୁନିଆକୁ

ପାଗଳ ପ୍ରାୟେକ ନାଚେ ମୋ ହିଆ....

ଆସିଛି ରେ ହୋଇ ଭକତିରେ ବାଇ

ଦେଖିବାକୁ ତୋତେ ଗଳାର ମାଳି

ଖୋଜୁଅଛି ଆଖି ମୋର ମନ ପକ୍ଷୀ

ଦେଖା ଦେବୁ ବୋଲି କରୁଛି ଅଳି...

ଦେଖିବାକୁ ଧନ ତୋତେ ପରା ମନ

ନ ଦେଖି ହେଉଛି ମନ ଅଧୀର

ଖୋଲିଦେରେ ତୁହି ଦୁଃଖୀ ଜନ ପାଇଁ

ବଡ଼ ଦେଉଳକୁ ପଞ୍ଚମ ଦ୍ୱାର..


साहित्याला गुण द्या
लॉग इन