STORYMIRROR

pabitra Kumar nayak

Others

3  

pabitra Kumar nayak

Others

ବର୍ଷା ତୁମେ

ବର୍ଷା ତୁମେ

1 min
13.8K


ବ୍ୟଥିତ ମନର ସୁଲଳିତ ସ୍ୱର

ଶୀତଳ ସରଳ ଭାଷା....

ନଈ ତଳ ଢି଼ଅ ସାରୁ ବୁଦା ମୂଳେ

ବେଙ୍ଗ ବେଙ୍ଗୁଲୀର ତୃଷା....

ବିରହ ମନରେ ଭରିଦିଅ ତୁମେ

ଏମିତି କୁହୁକ ଛୁଆଁ

ପଦ୍ମ ପତରର ଢଳ ଢଳ ବାରି

ଲାଗିଯାଏ ତହିଁ ନିଆଁ.....

ଶ୍ରାବଣ ନିଶିରେ ଆସି ଗୋପନରେ

ଛୁଇଁ ଦେଲ ମୋର ଦେହ

କ୍ଷଣିକରେ ଯାହା ଦେଇଗଲ ଖୁସି

ଭୁଲିବା ସମ୍ଭବ ନୁହଁ......

ବଉଦ କୋଳରେ ଇନ୍ଦ୍ରଧନୁ କେବେ

କେବେ ଚପଳାର ଛୁଆଁ...

ଆଖି ଆକାଶରେ ନିରବେ ଖୋଜୁଛି

 ସାତ ରଙ୍ଗ ସ୍ୱପ୍ନ ନୂଆ.....

ପାଖେ ମୋର ଆସି କହିବକି ବସି

ମନର ଯେତେ ଭାଵନା....

ଆଖିର ଲୁହରେ ଭିଜୁଛି ଦୁନିଆଁ

କେତେ ଯୁଗର ବେଦନା....


Rate this content
Log in