ଶ୍ରାବଣ ସଂଧ୍ୟ୍ୟା
ଶ୍ରାବଣ ସଂଧ୍ୟ୍ୟା
ଧାରା ଶ୍ରାବଣ ପାଣି ପବନ ତୁହାକୁ ତୁହା ଆସେ
ଦିଶଇ ଦିନ ରାତି ସମାନ କଳା ବାଦଲ ଭାସେ
ସଞ୍ଜ ହୋଇଲେ ରଙ୍ଗିଣୀ ଫୁଲେ ଦିଶଇ ମନୋରମ
ମାଳତୀ ଲତା ଟେକଇ ମଥା ବାସ ତା ଅନୁପମ ।।
କଦମ୍ବ ସୁମ ଅତନୁ ବାଣ କରଇ ଆନମନା
ସଂଜ ହୋଇଲେ ବାଦୁଡି ପଲେ ହୁଅନ୍ତି ଆସି ଜମା
ଶିଆଳ ଦଳ ରଡି ବିକଳ ଗାଆଁ ମୁଣ୍ଡରୁ ଶୁଭେ
ଝିଙ୍କାରି, ବେଙ୍ଗ, ବିକଟ ରାବ ମନେ ଛନକା ପଶେ ।।
ଖଦ୍ୟୋତ କେତେ ଆଲୋକ ବାଣ୍ଟେ ମେଘ ଅନ୍ଧାର କୋଳେ
ତାରକା ସମ ମନରେ ଭ୍ରମ ଆଣଇ ସଞ୍ଜ ବେଳେ
ପିଢାରେ ଲାଉ ଜହ୍ନି କଖାରୁ ଲତା ରେ ଆଛାଦିତ
ବର୍ଷାରେ ପତ୍ର ଟୋପା ଶବଦ ଗାଉଛି ଅବା ଗୀତ ।।
ଆକାଶେ ନାହିଁ ଜହ୍ନ କି ତାରା କଳା ବାଦଲ ଛାଇ
ସାରା ଆକାଶ ଦିଶେ ନୀରସ ଯାଇଛି ଅବା ଶୋଇ
ଘଡଘଡିର ରଡି କୁହାଟ ଘନ ଅନ୍ଧାରେ କ୍ଷଣେ
କ୍ଷଣପ୍ରଭାର ଆଲୋକ ଧାର ସପନେ ପ୍ରେମ ବୁଣେ ।।
ପ୍ରେମ କଳିକା ମନର ଭାଷା ନେଇ ଫୁଟିଲା ସତେ
ଶ୍ରାବଣ ସଞ୍ଜେ ଶେଫାଳୀ ଶେଯେ ପ୍ରିୟାର ପ୍ରୀତି ଫାନ୍ଦେ
ରତି ରଙ୍ଗରେ ପ୍ରିୟା ସଙ୍ଗରେ ରଜନୀ ହସୁଥିଲା
ଶ୍ରାବଣ ମାସ ବୁଣେ ଉଲ୍ଲାସ ମନେ ଶ୍ରାବଣୀ ବାଳା ।।