STORYMIRROR

Suresh chandra Padhy

Tragedy

3  

Suresh chandra Padhy

Tragedy

ଶ୍ରାବଣ କୁମାର

ଶ୍ରାବଣ କୁମାର

1 min
165


ତ୍ରେତୟା ଯୁଗେ ଶ୍ରବଣ କୁମାର ହୋଇ ଥିଲା ଜନମ

ପିତୃ ମାତୃ ଭକ୍ତ ହୋଇ କରିଲା କରମ

ଅନ୍ଧ ମୁନିଙ୍କ ସେ ଥିଲା ଅନ୍ଧର ଲଉଡି

ପିତା ମାତାଙ୍କ ସେ ଥିଲା ଆଶାର ବାଡ଼ି

କେତେ ଆଶା ନେଇ ତୀର୍ଥ କରିବାକୁ ନେଉଥିଲା

ନିଜ କନ୍ଧେ ବୋହି ପରମ ଆନନ୍ଦ ଲଭୁ ଥିଲା

ପିତା ମାତାଙ୍କ ତୃଷ୍ଣା ନିବାରଣ ପାଇଁ ଜଳ ଆଣିବାକୁ ଗଲା

ରାଜା ଦଶରଥ ହାତେ ତାର ନିରିହ ଜୀବନ ଚାଲିଗଲା

ଶ୍ରବଣ କୁମାର ପରି ପୁତ୍ର ଏ କଳି ଯୁଗେ ମିଳିବ ନାହିଁ

ନିଜ ପିତା ମାତାଙ୍କୁ ଯିଏ ଦେବତା ମଣଇ

ଶ୍ରବଣ କୁମାର ଠାରୁ ଆମେ ଏତିକି ଶିଖିବା

ପିତା ମାତା ସେବାକୁ ପରମ ଧର୍ମ ମାନିବା

ପିତା ମାତା ଠାରୁ ଆଉ କେ ବଡ଼ ହୋଇବ ନାହିଁ

ପିତା ମାତା ଚଳନ୍ତି ଦେବତା ଆମର ଅଟଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy