ଶ୍ରାବଣ କୁମାର
ଶ୍ରାବଣ କୁମାର
ତ୍ରେତୟା ଯୁଗେ ଶ୍ରବଣ କୁମାର ହୋଇ ଥିଲା ଜନମ
ପିତୃ ମାତୃ ଭକ୍ତ ହୋଇ କରିଲା କରମ
ଅନ୍ଧ ମୁନିଙ୍କ ସେ ଥିଲା ଅନ୍ଧର ଲଉଡି
ପିତା ମାତାଙ୍କ ସେ ଥିଲା ଆଶାର ବାଡ଼ି
କେତେ ଆଶା ନେଇ ତୀର୍ଥ କରିବାକୁ ନେଉଥିଲା
ନିଜ କନ୍ଧେ ବୋହି ପରମ ଆନନ୍ଦ ଲଭୁ ଥିଲା
ପିତା ମାତାଙ୍କ ତୃଷ୍ଣା ନିବାରଣ ପାଇଁ ଜଳ ଆଣିବାକୁ ଗଲା
ରାଜା ଦଶରଥ ହାତେ ତାର ନିରିହ ଜୀବନ ଚାଲିଗଲା
ଶ୍ରବଣ କୁମାର ପରି ପୁତ୍ର ଏ କଳି ଯୁଗେ ମିଳିବ ନାହିଁ
ନିଜ ପିତା ମାତାଙ୍କୁ ଯିଏ ଦେବତା ମଣଇ
ଶ୍ରବଣ କୁମାର ଠାରୁ ଆମେ ଏତିକି ଶିଖିବା
ପିତା ମାତା ସେବାକୁ ପରମ ଧର୍ମ ମାନିବା
ପିତା ମାତା ଠାରୁ ଆଉ କେ ବଡ଼ ହୋଇବ ନାହିଁ
ପିତା ମାତା ଚଳନ୍ତି ଦେବତା ଆମର ଅଟଇ ।