STORYMIRROR

Spandan kumar Parida

Abstract

2  

Spandan kumar Parida

Abstract

ଶୋଷ

ଶୋଷ

1 min
281

ଶୋଷ

ଶୋଷ ମେଣ୍ଟେନା କାଳ କବଳରେ

ଚାରିକାତ ମେଲେଇ ପଡ଼େ ସମୁଦ୍ର

ତଥାପି ନିଅଣ୍ଟ, ଅବଶୋଷ

ଶୋଷର ଅସ୍ଥିତ୍ଵ

ଉତ୍ତପ୍ତ ରଡ ନିଆଁ ର ଆଗରେ

ଭାଷିଉଠେ ବିତୃଷ୍ନା ର ପାଉଁଶ,

ପ୍ରାୟଶ୍ଚିତ ପ୍ରାୟ ଭସ୍ମୀଭୂତ

ଦୋଷାବହ ଦୋଷ ଅନାବିଳ ଶୋଷ


କ୍ଷଣେ କ୍ଷଣେ ଦାହ ହେଉଥାଏ ଦେହର ପିପାସା,

ଶୋଷର ଵହ୍ନିରେ ଦୂଷିତ ଦହନ ରେ,

ଆସିବାର ଆଶ୍ୱାସନାରେ

ଆହ୍ଲାଦିତ ଆବାହନୀରେ

ଅକୁଣ୍ଠିତ ଆଖିର ଆଡ଼ମ୍ୱର

ଆଉ ଶୋଷର ସମାରୋହରେ

ସାରା ଆକାଶ ବର୍ଷିଲେ ବି

ଶୁଷ୍କମାଟି ପରି ଫାଟିଯାଏ ଓଠ


ଜୀବନର ପୁଲକ ରୁ ବହୁଦୂର ଜରାୟୁର ଜୁଇଘର,

ଅହରହ ଜଳୁଥାଏ ତୃଷିତ ଶୋଷ,

ସ୍କୁଲ୍ ହେଉକି କଲେଜ ଘର ହେଉ କି ବାହାର,

ସବୁଆଡ଼େ ପଢ଼ାହୁଏ ଶୋଷ ପାଇଁ ପାଠ,

ସ୍ନେହର ସାବଲୀଳତାରେ ପ୍ରେମର ଆୟୁଷରେ

ଦିଶାନ୍ତ ଦିଗ୍‌ବଳୟରେ ପ୍ରତିକ୍ଷାନ୍ତ ଦିଗବଳୟରେ,

ନକ୍ଷତ୍ର ପରି ଦିଶୁଥାଏ ଶୋଷ

ଶୋଷର ଆସର ଏଠି ବିତୃଷ୍ନା ର ପସର,

ମହିମାମୟ ମହାକାଳ

ଶୋଷର ଏ ଅଗ୍ନିବେଶ

ମଣିଷକୁ ଅହରହ ହେଉଥାଏ ଶୋଷ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract