STORYMIRROR

Spandan kumar Parida

Abstract

3  

Spandan kumar Parida

Abstract

ରାବଣର ପରାଜୟ

ରାବଣର ପରାଜୟ

1 min
11.8K

ଶୋଷ ମେଣ୍ଟେନା କାଳ କବଳରେ

ଚାରିକାତ ମେଲେଇ ପଡ଼େ ସମୁଦ୍ର

ତଥାପି ନିଅଣ୍ଟ, ଅବଶୋଷ

ଶୋଷର ଅସ୍ଥିତ୍ଵ

ଉତ୍ତପ୍ତ ରଡ ନିଆଁ ର ଆଗରେ

ଭାଷିଉଠେ ବିତୃଷ୍ନା ର ପାଉଁଶ,

ପ୍ରାୟଶ୍ଚିତ ପ୍ରାୟ ଭସ୍ମୀଭୂତ

ଦୋଷାବହ ଦୋଷ ଅନାବିଳ ଶୋଷ।


ସେ ରାବଣର କଣ ବିନାଶ ନାହିଁ,

ନା ତା ବଧ ପାଇଁ ରାମ ଙ୍କର ଉତ୍ପତ୍ତି ନାହିଁ।

ଜଳି ଜଳି ନାରୀ ଚଳାଏ ପୁରୁଷ କୁ,

ସେହି ପୁରୁଷ ପୁଣି ଜଳାଏ ନାରୀ କୁ,

ପାପର କ୍ଷୟ ରେ ସୃଷ୍ଟି ନିଶ୍ଚୟ ପୁଣ୍ୟର।

ନାରୀ ର କାଳୀ ରୂପେ ବଧ ମହିଷାସୁର ର,

ପୁରୁଷର ର ରାମ ରୂପେ ବଧ ରାବଣ ର।

ସବୁର ସାକ୍ଷୀ ସେହି ଇତିହାସ,

ବର୍ତ୍ତମାନ କାହିଁ ଲୋଡ଼ା

ସୀତା ହରଣ ରହସ୍ୟ।

ପୁରୁଷର ଲୋଭ ତାକୁ ଠେଲେ ଯେ ନିଆଁ କୁ,

ନାରୀ ଲୋଭୀ ହେଲେ ନର,

ନ ପାଏ ସୀତାକୁ।

ଯୁଗ ଯୁଗକୁ ପ୍ରମାଣ ସୀତା ଲୋଭୀ ରାବଣର ପରାଜୟ ଯେ ନିଶ୍ଚିତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract