STORYMIRROR

Spandan kumar Parida

Fantasy

4  

Spandan kumar Parida

Fantasy

ମୋ ମାଟି

ମୋ ମାଟି

1 min
23.4K


ମୁଁ ଯେବେ ଉତୁରିଲି ରଙ୍ଗୀନ ଆଖି ଫଗୁ ନଜରରେ 

ଆଖିଏ ପୃଥିବୀ କଏଦ୍ ହେଲା ଚାରିକାନ୍ଥ ଭିତରେ

ମଧୁ ମୂର୍ଚ୍ଛନା ବୋଲିଲେ ନିର୍ଜନତା ସୁପ୍ତ ନୀରବତା 

ଜ୍ୟୋତ୍ସ୍ନାଭିଜା ନିଶୀଥ ସାଥେ ଆଙ୍କି ମଧୁକ୍ଷରା କବିତା ।


ହସ କାନ୍ଦ ଲୁହ ଲହୁ ପ୍ରତାରଣା ପ୍ରେମ ଫେଣ୍ଟା ଫେଣ୍ଟି 

ଆଞ୍ଜୁଳାଏ ରକ୍ତ ପିଇ ଜହ୍ନ ପୁଣି ଲେଖୁଥିଲା ଚିଠି

ଦଲକାଏ ନିଶ୍ୱାସରେ ଝୁଲୁଥିଲା ବାଇଆ ବିଧୁର 

ଆଖିଏ ସପନ ନେଇ ସାଜୁଥିଲା ମାୟାର ସଂସାର ।


ଫର୍ଦ୍ଦ ଫର୍ଦ୍ଦ ମିଠା ସ୍ମୃତି ହସୁଥିଲେ ସୋରିଷ ଫୁଲରେ

ମହଣେ ବିଶ୍ୱାସ ଖସି ପଡୁଥିଲେ ଛଳନା ହାଟରେ

ଶବ୍ଦ ସବୁ ଶୋଷି ନେଲା ଅହଂକାରୀ ନୀଳ ସରୋବର

ଚିନ୍ତା ଚେତନା ବିରହେ ମରୁଭୂମି ବିଜ୍ଞାନୀ ସାଗର ।


ଫଗୁଣେ ବେରଙ୍ଗ ପୃଥ୍ବୀ ମିଥ୍ୟା ମୁଖୋଟା ନଜର ତଳେ

ସତ୍ୟ ଆଲୋକେ ସୌନ୍ଦର୍ଯ୍ୟ ବିଶ୍ୱ ନେତ୍ର ନଈ ଦୁଇ କୂଳେ ।


Rate this content
Log in

Similar oriya poem from Fantasy