STORYMIRROR

Spandan kumar Parida

Others

2  

Spandan kumar Parida

Others

କରୋନା ଯୋଦ୍ଧା

କରୋନା ଯୋଦ୍ଧା

1 min
3.1K

କରୋନା ରାକ୍ଷସ ବଂଶ ଵୃଦ୍ଧି ହୋଇ

   ବିଶ୍ୱକୁ କଲାଣି ଗ୍ରାସ

ମହାମାରୀ ରୂପ ନେଉଛି କ୍ରମଶଃ

  ଜଗତ କରିବ ନାଶ

ଚାଇନା ଦେଶରୁ ଜନମ ଲଭିଲା

  ପବନରେ ଗତି ତା'ର

ବ୍ୟକ୍ତିଠାରୁ ବ୍ୟକ୍ତି ସଂକ୍ରମିତ ହୋଇ

  କଲାଣି କାୟା ବିସ୍ତାର

ବିଶ୍ୱ ସମୁଦାୟ ଆତଙ୍କିତ ଏବେ

   ମାନବ ସୁରକ୍ଷା ପାଇଁ

ନିଜ ଗୋଡ ନିଜେ କୁରାଢ଼ୀରେ ହାଣି

    କାହାକୁ କରିବା ଦାୟୀ

ସଜାଗ ରହି ସତର୍କ ରହିଲେ ସର୍ବେ

   ସମୂଳେ ସେ ହେବ ନାଶ

ଆମରି ପାଇଁ କାର୍ଯ୍ୟ କରୁଛନ୍ତି

   ସୈନିକ ସାଜି ସର୍ବେ

ସତର୍କ


Rate this content
Log in