STORYMIRROR

Spandan kumar Parida

Abstract

2  

Spandan kumar Parida

Abstract

➡ଅଖିମୁଠି⬅

➡ଅଖିମୁଠି⬅

1 min
3.0K

ଓଡ଼ିଆ ବୋଲି ନିଜକୁ ଲାଗେ ଯେବେ ଗରବ,

ମନେ ପଡେ ସେବେ ଚଷା ପୁଅର ଅଖି ପରବ।


ଖ୍ରୀଷ୍ଟପୂର୍ବ ନବମ ଶତାବ୍ଦୀ ଆରମ୍ଭ ଯେବେଠୁ,

ଅକ୍ଷୟତୃତୀୟା ର ଶୁଭାରମ୍ଭ ଯେ ସେବେଠୁ।


ସେବେ ଚଷା ହାତେ ଥିଲା କାଠ ହଳ ଲଙ୍ଗଳ ର ବଳ,

ଝାଳ ବୁହାଇ ମାଟି କଷଣେ ଫଳଉଥିଲା ସେ ସୁନା ଫଳ।


ଚାଷୀ ଖୁସି ହେଲା ଅକ୍ଷୟତୃତୀୟା ପରବ ଯେବେ ଅଇଲା,

ମୁଠା ମୁଠା କରି ବିହନ ସେ ଯେ ବିଲେ ବୁଣିଲା।


ରାତି ନ ପାହୁଣୁ କାକ ରବେ ଭରେ ଆଖିଏ ସପନ,

ପୂଜାପୁଷ୍ପ ଅଖିମାଣ ନେଇ ଚାଷୀ କ୍ଷେତ କୁ କରେ ଗମନ।


କ୍ଷେତେ ଲଷ୍ମୀପୂଜା ସାଙ୍ଗକୁ ଆରମ୍ଭ ଲଙ୍ଗଳ କଷଣ,

ପୂଜା ସାରି ନୈବେଦ୍ୟ କୁ ପୋତେ କଣେ ଯେ ଈଷାଣ।


ସଧବା ସ୍ତ୍ରୀ ସ୍ୱାମୀ ଶୁଭମନାସି ଘରେ ଷଠିପୂଜାର ପସର,

ଚାଷ କାମ ଆରମ୍ଭରୁ ଖୁସି ସାଙ୍ଗକୁ ଘରେ ପିଠାପଣା ର ଆସର।


ଇନ୍ଦ୍ରଙ୍କୁ ସୁମରଣା କରି କ୍ଷେତକାମେ କରେ ମନ ବିନିଯୋଗ,

ଲଷ୍ମୀଙ୍କୁ ଆରାଧନା ଭରି ବାଢେ ସେ ଯେ ପୁଷ୍ପ ଭୋଗ।


ଅଖିମୁଠି ଅନୁକୂଳେ କରେ ବର୍ଷସାରା ପାଇଁ ବିହନ ଅନୁକୂଳ,

ଲହୁଲୁହ ବୁହାଇ ସଭିଙ୍କୁ ଦେଖାଏ ତା ପରିଶ୍ରମର ମିଠାଫଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract