STORYMIRROR

Spandan kumar Parida

Inspirational

4  

Spandan kumar Parida

Inspirational

ପ୍ରକୃତିର ଦଣ୍ଡ

ପ୍ରକୃତିର ଦଣ୍ଡ

1 min
23.2K


କରୋନା 'କରନା' ସତର୍କ ଘଣ୍ଟିରେ

   କମ୍ପିଲାଣି ସାରା ବିଶ୍ୱ

କରୋନା ଭୁତାଣୁ ବାର୍ତ୍ତାବହ ସାଜି

  ବୁଲୁଛି ଦେଶରୁ ଦେଶ।


ବାୟୁ ବ୍ୟମୋଜାନ ପ୍ରକୃତି ଚାଳକ     

  କରୋନା ବିମାନ ଯାତ୍ରୀ

ପ୍ରଦୂଷଣ ଆମ ଇନ୍ଧନ ଯୋଗାଏ

  ବଢୁଛି ଭୁତାଣୁ ଗତି।


ଦେହରୁ ଦେହକୁ ସଂକ୍ରମିତ ହୋଇ

  ବଢୁଛି ଭୟର ତାତି

ସଚେତନ ବାର୍ତ୍ତା ଶରୀରେ ଲେଖୁଛି

 'ଉଠ ହେ ମାନବ ଜାତି'।


ବିଶ୍ୱ ଧ୍ୱଂସ ପାଇଁ ପ୍ରକୃତିର ରୋଶ

   ଜାଗ୍ରତ କରନି ଆଉ

ଜୀବ ଓ ଜଗତ ପରିବେଶ ପ୍ରତି

  କ୍ରୁରତା ଦୂରେଇ ଯାଉ।


ଆତ୍ମ ତୃପ୍ତି ଲାଗି ନିର୍ଦ୍ଦୟ ଚିତ୍ତରେ

   ନିରୀହ ପ୍ରାଣୀଙ୍କ ବଦ୍ଧ

ସ୍ୱାର୍ଥ ସିଦ୍ଧି ପାଇଁ ସୃଷ୍ଟି ବିରୁଦ୍ଧରେ

  କର ନାହିଁ ଆଉ ଯୁଦ୍ଧ।


ପରିବେଶ ଧ୍ୱଂସ ପ୍ରକୃତିର ରୋଶ

   ମହାମାରୀ ରୂପ ନେଇ

କାଳର ସ୍ରୋତରେ ଭୁତାଣୁ ଜୀବାଣୁ 

  ବନ୍ୟା ନବ ସବୁ ଧୋଇ।


ପ୍ରକୃତି ଆସିବ ମହାକାଳ ହୋଇ

   ବିଜ୍ଞାନ ପାତିବ ମୁଣ୍ଡ

ରୋଗ ଦୁଃଖ କଷ୍ଟ ଯନ୍ତ୍ରଣା ଜାଲରେ

  ମାନବ ଭୋଗିବ ଦଣ୍ଡ।


ପ୍ରକୃତିର ଦଣ୍ଡ କୋହରେ ନୁହଁ

  ରକ୍ତରେ ଯିବ ଝରି

ମାନବ ଦାନବ ସଭିଏଁ ଭୋଗିବେ

  ଶେଷରେ ଯିବେ ମରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational