STORYMIRROR

Spandan kumar Parida

Romance

2  

Spandan kumar Parida

Romance

ଅଜଣା କିଏ ସେ

ଅଜଣା କିଏ ସେ

1 min
132

ପ୍ରକୃତି ର ବିଡମ୍ବନା ଭିତରେ କେତେବେଳେ ହଜିଯାଏ ହୃଦୟ ଭିତରର କୋହ

ତ ଆଉ କେବେ ପୁଣି ହୃଦୟ ଭାଙ୍ଗିବାକୁ ବି ଭୁଲେ ନାହିଁ କିଛି ବିରହ ର ଝଡ଼ ଝଞ୍ଜା।

ତାକୁ ଦେଖିଲେ ତ ସେ ପୁରା ଚିହ୍ନା ଚିହ୍ନା ଲାଗେ ହେଲେ ସେ ତ କେବେ ଚିହ୍ନିପାରେନି..

କି ଛଳନା କରି ଭୁଲେଇବାକୁ ଚେଷ୍ଟା କରି ବୁଝିବା କଷସାଧ୍ୟ।

ତାର ସେ ସ୍ଵର୍ଣକ୍ରାନ୍ତି ଚେହେରା ଯେବେ ଭାସି ଉଠେ ପ୍ରତି ପଲକ ର ପହଞ୍ଚ ରେ

ସେତେବେଳେ ଖାଲି ମାନସପଟ କୁ କମ୍ପିତ କରୁଥାଏ ତାର ସେଇ ନୟନ ର କଜ୍ବଳ ଗାର।

କେବେ ଅପହଞ୍ଚ ଇଲାକା ସେ ଦୂର ବନାନୀ ସାଜେ ତ

ଆଉ କେବେ ହାତ ପାହାନ୍ତା ରେ ଉଡିଯାଉଥିବା ବିହଙ୍ଗ ଟେ ସାଜି ଚାଲିଯାଏ ଦୂର ଆକାଶ କୁ।

କାହିଁକି କେଜାଣି ତା କଥା ମନେ ପଡିଲେ କଲମ ମୋର ସେଠି ଅଟକି ଯାଇ ଓଦା ହୋଇଯାଏ କାଗଜ ପୃଷ୍ଠା।

ପୁଣି ଆଉ ଯେବେ ସ୍ବପ୍ନ ରେ ବି ତାର ହସ ଆଉ ତା ଚାହାଣି ର ସ୍ମୃତି ବି ଟିକେ ଭାବନା ରେ ବି ଆସେ

ସେତେବେଳେ କଲମ ତ ଆରମ୍ଭ କରେ ଯୁଦ୍ଧ,ଲେଖିବାକୁ ଆରମ୍ଭ କଲେ ଶେଷ ଖୋଜି ଖୋଜି ମିଳେନି।

ବୋଧ ହୁଏ ଏଇଟା ହେଉଛି ପ୍ରେମ,କେବେ ଛଳନା ରେ ପୁଣି

କେବେ ପ୍ରତାରଣା ରେ ଆସି ମନକୁ ବହୁତ କଷ୍ଟ ଦେଇ ଚାଲିଯାଏ ଅନ୍ୟ କେଉଁ ଅଜଣା ଦୁନିଆକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance