STORYMIRROR

Spandan kumar Parida

Abstract

3  

Spandan kumar Parida

Abstract

ତରୁଣୀ ନାୟିକା

ତରୁଣୀ ନାୟିକା

1 min
363

ତରୁଣୀ ପ୍ରେମିକା ସେ ଭାରି ନିର୍ଦୟୀ,

ଅଭିନୟ ଛଳନାର ସେ ଅଭିନୟୀ,

କେଜାଣି କାହିଁକି ପ୍ରେମରେ ସେ ଦିଏ,

ଦୁଃଖ ଯାତନାର କୋହ,

ଆଖିରୁ ଶୁଖୁନି ବେଦନର ଲୁହ,

ପୋଛୁ ପୋଛୁ ତର ସହୁନି।

ଅଜଣା ଦୁନିଆରେ ଦେଲି ବୋଲି ପାଦ,

ଭୋଗୁଛି ଏବେ ଯନ୍ତ୍ରଣାର ନାଦ,

ବିପଦେ ପଡିଲେ ଆହା କରୁଥିଲା,

ଝୁରି ଝୁରି ତାକୁ ଦିନ କଟିଯାଉଥିଲା।

ସପନରେ ସେ ଆଉ ଆସୁନି,

କେଜାଣି କାହା ଜୀବନରେ ଲଗାଇଲା ମାୟା,

ସଭିଙ୍କ ଜୀବନେ ସେ ଏକା ରାହା,

ବିରହ ଜ୍ୱାଳାରେ ସେ ନିର୍ମାୟା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract