ମୁଁ ମୋ ଦେଶ ସହ
ମୁଁ ମୋ ଦେଶ ସହ
ଦେଶ ବାହାରକୁ ଗଲେ ତା କଥା ମନେ ପଡେ,
ଦେଶ ହାରିଗଲେ ମୁଁ ବି ହାରିଯାଏ ସେଠି।
ଦୁର୍ନୀତି,ଅନୀତି,ଅତ୍ୟାଚାରର ବିରୋଧୀ,
ଲିଙ୍ଗ ଭେଦ ,ବର୍ଣ୍ଣ ଭେଦ ନଥାଏ ଯେ ଏଠି।
ଧର୍ମ ସଂସ୍ଥାପନା ପାଇଁ ରାବଣର ବଧ ଯେଉଁଠି,
ସତ୍ୟର ବିଜୟ ପାଇଁ ସୀତାଙ୍କ ଅଗ୍ନି ପରୀକ୍ଷା ବି ସେଠି।
ସେ ଦେଶ ମୋ ଶୁଭ ପବିତ୍ର ଅଗଣା,
ମାଟିରୁ ସଭିଙ୍କ ପେଟ ହୁଅଇ ଭରଣା।
ତା ଲାଗି ଜୀବନ ଦେବା ବୋଲି,
ଆମ ସଭିଙ୍କ ଜନମ।
ତା ଯଶ କୀର୍ତ୍ତି ରଖିବା ବୋଲି,
ସଭିଏଁ କରନ୍ତି କରମ।
କରୋନା ଆସିଛି ବୋଲି କେହି ନହୁଅ ଛାନିଆ,
ଜୀବନ ରଖିବାକୁ ଅଛି ସେ କାଳିଆ।
ଅଜଣା ରୋଗର ବାହକ କରୁଛି ହାଲିଆ,
ବିଜ୍ଞାନ ହାରୁଛି ସେଠି ଜିତା ସଂସ୍କୃତି କାଳିଆର।
ସଭିଏଁ ସତର୍କ ରହି ହାତ ଧୋଇ ସଫା ରୁହ,
କରୋନା କେଜାଣି କୁଆଡେ ଯିବ ଦୁରେଇ।
ଦେଶ ବୋଲି ଭାବ ନାହିଁ ମା ସେ ଆମର,
ସଦା ତା ସହ ରହିଛି ରହିଥିବି।
ଜନମିଛି ତା କୋଳେ ପିଲାରୁ ହେଲି ବଡ,
ମରିବି ତା କୋଳେ ରଖି ତାର ମାନ ଯଶ।