ସହଜ ଉପାୟ ସିଖିନିଅ
ସହଜ ଉପାୟ ସିଖିନିଅ
କବିତା - ସହଜ ଉପାୟ ଶିଖିନିଅ
ରଚନା - ପଞ୍ଚାନନ ଜେନା
ତାରିଖ -୦୯-୭-୨୦୨୬
+++++++++-++++++++++
ହସିବାର ସହଜ ଉପାୟ ଖୋଜିନିଅ
କାରଣ
ଏ ଅଢ଼େଇ ଦିନର ଚଢ଼େଇ ଜୀବନ
ମୌକା ଖୋଜୁଛି କନ୍ଦେଇ ବାକୁ
ବୋଝ ଉପରେ ନଳିତା ବିଡା ଲଦିବାକୁ-୧-
ବାଣ୍ଟିବାର ସହଜ ଉପାୟ ବାଛିନିଅ
କାରଣ
ଏ ବ୍ୟସ୍ତ ବହୁଳ ବାଙ୍ଗ୍ମୟ ଜୀବନ
ମୌକା ଖୋଜୁଛି ହସେଇବାକୁ
ମୁଣ୍ଡରେ ତୁଣ୍ଡରେ ବରଫ ମିଶା ମହୁ ଶୋଷିବାକୁ-୨-
କାଟିବାର ସହଜ ଉପାୟ ଖୋଜିନିଅ
କାରଣ
ଏ ଚର୍ବିତ ଚର୍ବଣ ଚକୁଳି ଜୀବନ
ମୌକା ଖୋଜୁଛି ସଫଳ ହେବାକୁ
ସମୟ ସୁବିଧା ଦେଖି ସମାଧାନ ସୂତ୍ର ବତେଇବାକୁ-୩+
କାନ୍ଧେଇବାର ସହଜ ଉପାୟ ସିଖିନିଅ
କାରଣ
ଏ ସମସ୍ୟା ବହୁଳ ସାର୍ଥକ ଜୀବନ
ମୌକା ଖୋଜୁଛି ଚୌକା ମାରିବାକୁ
ମୁଣ୍ଡ ଝାଳ ତୁଣ୍ଡରେ ମାରି ପଘା ଦେଇଛି ମନ ମସ୍ତିସ୍କକୁ -୪-
ମୁଣ୍ଡେଇବାର ସହଜ ଉପାୟ ଜାଣିନିଅ
କାରଣ
ଏ ଜଞ୍ଜାଳମୟ ବଳକା ଜୀବନ
ମୌକା ଖୋଜୁଛି ଚେଙ୍କେ ଦେବାକୁ
ବିଦ୍ୟା ବୁଦ୍ଧି ଆଗରେ ହୃଦୟବତ୍ତା ସାଜିବାକୁ-୫-
କୁଣ୍ଢେଇବାର ସହଜ ଉପାୟ ସିଖିନିଅ
କାରଣ
ଏ ପାଣି ଫୋଟକା ପରି ଛାର ଜୀବନ
ମୌକା ଖୋଜୁଛି ଛକା ମାରିବାକୁ
ଅନିଶ୍ଚିତତା ମଧ୍ୟରେ ନିଶ୍ଚିତତାର ମନ୍ତ୍ର ଲେଖିବାକୁ-୬
ବୁଣେଇବାର ସହଜ ଉପାୟ ଭାବିନିଅ
କାରଣ
ଏ ନିୟତି ନିକିତିରେ ତଉଳା ଜୀବନ
ମୌକା ଖୋଜୁଛି ସମାଧାନ କରିବାକୁ
ସମୟ ଚକରେ ଚକାଭଉଁରୀ ଖେଳିବାକୁ-୭-
ବ୍ୟାୟାମ କରିବାର ସହଜ ଉପାୟ ସିଖିନିଅ
କାରଣ
ଏ ମର ଦୁନିଆର ନଶ୍ବର ଜୀବନ
ମୌକା ଖୋଜୁଛି ଯୁଦ୍ଧରେ ହରେଇବାକୁ
କ୍ଷଣ କ୍ଷଣକେ ଆନ ଉତ୍ଥାନ ପତ୍ତନ ମାପିବାକୁ-୮+
ତଉଳିବାର ସହଜ ଉପାୟ ସିଖିନିଅ
କାରଣ
ଏ ପଦ୍ମପତ୍ରରେ ଢ଼ଳଢ଼ଳ ଜୀବନ
ମୌକା ଖୋଜୁଛି ହିଂସ୍ର ହେବାକୁ
ସଂପର୍କ ସମ୍ପନ୍ଧ ବାନ୍ଧୁ ବାନ୍ଧୁ କଲ୍ୟାଣ କରିବାକୁ-୯+
କାଖେଇବା ସହଜ ଉପାୟ ସିଖିନିଅ
କାରଣ
ଏ ସମ୍ପର୍କ ଡୋରୀରେ ବନ୍ଧା ଜୀବନ
ମୌକା ଖୋଜୁଛି ସକ୍ରୀୟ ହେବାକୁ
ଅନ୍ୟର ଆଶା ପୂରଣ କରୁ କରୁ ନିଜ ଆଡକୁ-୧୦-
ତେଲିବାର ସହଜ ଉପାୟ ସିଖିନିଅ
କାରଣ
ଏ ସତ୍ୟ ସହରରେ ଅସତ୍ୟ ଜୀବଳ
ମୌକା ଖୋଜୁଛି ସକ୍ରୀୟ ହେବାକୁ
ତେଲ ଲୁଣର ଜଞ୍ଜାଳ ଭିତରେ ମୁକ୍ତି ପାଇବାକୁ-୧୧+
ରଙ୍ଗେଇବାର ସହଜ ଉପାୟ ସିଖିନିଅ
କାରଣ
ଏ ତର୍ପଣ ଅର୍ପଣ ସମର୍ପଣ ଜୀବନ
ମୌକା ଖୋଜୁଛି ସବାର ହେବାକୁ
ତ୍ୟାଗ ତୀତିକ୍ଷାର ପଥରବନ୍ଧରେ ଦୟାମାୟାକୁ-୧୨-
ଲଗେଇବାର ସହଜ ଉପାୟ ସିଖିନିଅ
କାରଣ
ଏ ବୈଶିକରଣ ଯୁଗରେ ଗାଉଁଲି ଜୀବନ
ମୌକା ଖୋଜୁଛି ସ୍ବପ୍ନ ଦେଖେଇବାକୁ
ମୁଖ୍ୟପୁସ୍ତିକାରେ ବନ୍ଧୁ ବାନ୍ଧବ ଖୋଜିବାକୁ-୧୩-
କରିବାର ସହଜ ଉପାୟ ସିଖିନିଅ
କାରଣ
ଏ କରଣୀୟ ଜଗତରେ ଅଭିନୟ ଜୀବନ
ମୌକା ଖୋଜୁଛି ଖଜା ଚଖେଇବାକୁ
ନୀଳବର୍ଣ୍ଣ ଶୃଗାଳ ପରି ନିମିତ୍ତ ହଟେଇବାକୁ-୧୪-
ସହିବାର ସହଜ ଉପାୟ ସିଖିନିଅ
କାରଣ
ଏ ମୁଁ ତୁମେ ଓ ସେ ମଧ୍ୟରେ ସେତୁ ଜୀବନ
ମୌକା ଖୋଜୁଛି ସତ୍ୟ ସନ୍ଧାନିବାକୁ
ସନ୍ତୁଷ୍ଟ କରୁ କରୁ ସ୍ୱାର୍ଥ ମେଧରେ ସମାଧି ନେବାକୁ-୧୫+
ପୁରେଇବାର ସହଜ ଉପାୟ ସିଖିନିଅ
କାରଣ
ଏ ପ୍ରେମ ଅପ୍ରେମରେ ଲାନ୍ଛିତ ଜୀବନ
ମୌକା ଖୋଜୁଛି ଅଣ୍ଟା ଭିଡିବାକୁ
ସ୍ନେହ ସରଧା ବାଣ୍ଟୁ ବାଣ୍ଟୁ କଣ୍ଟା ଫୋଡିବାକୁ -୧୬-
ଲିଭେଇବାର ସହଜ ଉପାୟ ସିଖିନିଅ
କାରଣ
ଏ ବର୍ଷଣମୁଖର ଶ୍ରାବଣ ଜୀବନ
ମୌକା ଖୋଜୁଛି ବେକ ମୋଡିବାକୁ
କେବେ ରୌଦ୍ର ସନ୍ୟାସୀର ଜଳାର୍ଣଵ ରୂପ ଦେଖିବାକୁ-୧୭-
କାନ୍ଦିବାର ସହଜ ଉପାୟ ସିଖିନିଅ
କାରଣ
ଏ ସ୍ଵାର୍ଥ ସର୍ବସ୍ଵ ସ୍ୱାଧିନ ଜୀବନ
ମୌକା ଖୋଜୁଛି ସମାଧି ନେବାକୁ
ଛତ୍ରେ ଛତ୍ରେ ଖୋଜେ ବନ୍ଧନହୀନ ଅଧିକାରକୁ-୧୮+
