STORYMIRROR

Panchanan Jena

Fantasy

4  

Panchanan Jena

Fantasy

ନା ରହିବ ଆପତ୍ତି

ନା ରହିବ ଆପତ୍ତି

1 min
1

କବିତା - ନା ରହିବ ଆପତ୍ତି
ରଚନା - ପଞ୍ଚାନନ ଜେନା
ତାରିଖ -୦୭-୦୭-୨୦୨୬
++++++++++++++++
 ହସ ଆଉ ଆନନ୍ଦ
ଜୀବନେ ଭରେ ମକରନ୍ଦ
ଅଙ୍ଗାଙ୍ଗୀ ଭାବେ ଜଡିତ ନୈସର୍ଗିକ ସୁଗନ୍ଧ

 ହସ ଆଉ ଜୀବନ
ବିଦ୍ୟୁତ ଶକ୍ତି ଆଉ ବ୍ୟାଟେରୀ ବନ୍ଧନ
ଯେମିତି ମନ ଖୋଲା ସ୍ଵତସ୍ଫୁର୍ତ୍ତ ହସିବ
ବ୍ୟାଟେରୀ ଖୁଲମ୍ ଖୋଲା ଚାର୍ଜ ହେବ
 ଯେମିତି କାର୍ପଣ୍ୟରେ ହସିବ
ମୁରୁକି ସୁରୁକି ଦେଖି ଚାହିଁ ହସିବ
ରହି ରହି ସମୟ ବାର ଦେଖି ହସିବ
ବ୍ୟାଟରୀ ଧିରେ ଧିରେ ଚାର୍ଜ ହେଉ ହେଉ
ଡିସଚାର୍ଜ ହେବ ହିଁ ହେବ

 ହସ ଆଉ ସ୍ଵାସ୍ଥ୍ୟ
ସୁନ୍ଦର ଉପହାର ଫୁଲହାର
 ହସ ଆଉ ତୃପ୍ତି
ପୋତାଧନ ଉପବନ ସମ୍ଭାର

 ହସ ଆଉ ବିଶ୍ୱାସ
ନିଃଶ୍ୱାସରେ ଭରିପାରେ ସୁବାସ
ହସ ଆଉ ବଳିଦାନ
ଛାତି ପଞ୍ଜରାରେ ଚାପିପାରେ ପ୍ରବାସ

 ହସ ଆଉ ସଂପର୍କ
ସର୍ବୋତ୍ତମ ସଂପତ୍ତିର ଉତ୍ପତ୍ତି
 ବିପଦ ବିପତ୍ତି ସମୟରେ
 ଦେବ ସାହସ ପ୍ରଦାନ ସଂପ୍ରଦାନ
 ନା ରହିବ ତୃଟି ନା ରହିବ ଆପତ୍ତି
ହସ ବହୁଳେ ହିଁ ଜୀବନ ସୁନାମଧନ୍ୟ


Rate this content
Log in

Similar oriya poem from Fantasy