STORYMIRROR

Panchanan Jena

Tragedy

4  

Panchanan Jena

Tragedy

ତିମିରାଛନ୍ନ ହାହାକାର

ତିମିରାଛନ୍ନ ହାହାକାର

1 min
0

କବିତା - ତିମିରାଛନ୍ନ ହାହାକାର
ରଚନା - ପଞ୍ଚାନନ ଜେନା
 ତାରିଖ -୦୫-୦୭-୨୦୨୬
 ++++++++++++++++
 ମଦ୍ୟପାନ ନୁହେଁ ଜରୁରୀ
 ମାତ୍ର ମଦ ବେପାରୀ ଲକ୍ଷପତି ଅମୀର

 ସିଗାରେଟ୍ ଟାଣିବା ନୁହେଁ ଦରକାରୀ
ମାତ୍ର ସିଗାରେଟ୍ ବେପାରୀ କୋଟିପତି ଅମୀର

 ସଫଳ ଗୁଟୁକା ଖାଇବା ନୁହେଁ ହିତକାରୀ
 ମାତ୍ର କାରଖାନା ମାଲିକ ଆରବପତି ସମ୍ପାତିଧାରୀ

 ଅନ୍ୟପଟେ ଦେଖ ଲୋଚନ ପ୍ରସାରୀ
କେମିତି ହନ୍ତସନ୍ତ ହେଉଛନ୍ତି ଜୀବନ ବିସ୍ତାରୀ

 ଧାନ ଗହମ ଖାଦ୍ୟାନ୍ନ ଅତ୍ୟାବଶ୍ୟକ ଦରକାରୀ
ମାତ୍ର କୃଷକମାନେ ଚାଷୀ ମୂଲିଆ ମାନେ
ସବୁଠାରୁ ଗରିବ ରେଖା ତଳେ ଜାଗ୍ରତ ପ୍ରହରୀ

 ବସ୍ତ୍ର କପଡ଼ା ମଧ୍ୟ ଅତ୍ୟାବଶ୍ୟକ ଜରୁରୀ
ମାତ୍ର କପା-ଝୋଟ-ଟସର ଚାଷୀମାନେ
ସଂଘର୍ଷରତ ନିତି ବେଳା ଖାଦ୍ୟ ସୁରକ୍ଷା ପ୍ରଭାରୀ

 ଛାତ ଘର ଖଣ୍ଡିଏ ମଧ୍ୟ ନିହାତି ଜରୁରୀ
ଅଳ୍ପସ୍ଵଳ୍ପ ସୁଖ ସୁବିଧା ଥିଲେ ବିଶ୍ରାମ ମଧ୍ୟ ଜରୁରୀ
 ମାତ୍ର ପ୍ଲାଷ୍ଟିକ ଛାତ ତଳେ ରାତିଟା କଟୁଛି
ଝାଟି ମାଟି କୁଡ଼ିଆରେ ଜୀବନ ପ୍ରଦୀପ ଜଳୁଛି

 ମଣିଷ କୁଆଡ଼େ ଚନ୍ଦ୍ରରେ ଘର କଲାଣି
ମଙ୍ଗଳ ଗ୍ରହରେ ଡ଼େରା ପକେଇଲାଣି
ମହାକାଶରେ ଅନ୍ତରୀକ୍ଷରେ ପ୍ରବେଶ କଲାଣି

 ମାତ୍ର ମାନବ ସଭ୍ୟତାର ପ୍ରାରମ୍ଭରୁ ଯାହା ଥିଲା
 ଆଜି ବି ସେହି ସବୁ ଦିଶେ ଜଳଜଳ
 ଯୋର ଯାର ମୂଲକ ତାର
ଗରିବ ଗୁରୁବା ଦୀନ ହୀନ ଅକିଞ୍ଚନ ମାତର

 କିଛି ମୁଷ୍ଟିମେୟ ଧନୀକ ବଣିକ ଚଳାନ୍ତି ସରକାର
ଆଖି ଦୃଶିଆ ବିକାଶ ନାଁରେ
 ଲୁଟନ୍ତି ପ୍ରାକୃତିକ ସଂପଦ ସବୁ ନିରନ୍ତର

ଶେଷ ସ୍ତମ୍ଭର ମଣିଷ ଜୀବନ ଆଜି ବି
 ସେହି ତିମିରାଛନ୍ନ ଅନ୍ଧାରୀ ମୂଲକେ ହାହାକାର


Rate this content
Log in

Similar oriya poem from Tragedy