STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଚୁପ୍‌ଚାପ୍

ଚୁପ୍‌ଚାପ୍

1 min
0

କବିତା - ଚୁପଚାପ୍
ରଚନା - ପଞ୍ଚାନନ ଜେନା
 ତାରିଖ -୦୪-୦୭-୨୦୨୬
++++++++++++++++!
 ଚୁପଚାପ୍ ଚୁପଚାପ୍
ଗଗନ କୋଳରେ ତାରା ବି ଚମକେ
 ନିଜ ଚେଷ୍ଟାରେ ଚମକିବା ଶିଖ

 ଚୁପଚାପ୍ ଚୁପଚାପ୍
ପାଦପ ଦେହରେ ଫୁଲ ବି ମହକେ
 ନିଜ ଚେଷ୍ଟାରେ ସୁବାସିବା ଶିଖ

 ଚୁପଚାପ୍ ଚୁପଚାପ୍
ପଡିଆ ମଝିରେ ଘାସ ବି ଝଲସେ
 ନିଜ ଚେଷ୍ଟାରେ ଝଲସିବା ଶିଖ

 ଚୁପଚାପ୍ ଚୁପଚାପ୍
ଛାତ ଉପରେ ପରିବା ବି ହରସେ
ନିଜ ଚେଷ୍ଟାରେ ହରଷିବା ଶିଖ

 ଚୁପଚାପ୍ ଚୁପଚାପ୍
 ବାଢ଼ କଡ଼ରେ ସେବତି ବି ସରସେ
ନିଜ ଚେଷ୍ଟାରେ ସରସିବା ଶିଖ

 ଚୁପଚାପ୍ ଚୁପଚାପ୍
ଏମିତି ଅନେକ ଘଟଣା ଘଟେ ପଲକେ
ନିଜ ଚେଷ୍ଟାରେ ସେହି କଳା ଶିଖ

 ଚୁପଚାପ୍ ଚୁପଚାପ୍
 ସ୍ଵହସ୍ତେ ଜିହ୍ବା ଛେଦନ ହିଁ ଅରଣ୍ୟ ରୋଦନ
 ବାକି ସବୁ ପରା ମସ୍ତକ ଉପରେ କିରୀଟ ପରସେ

 ଚୁପଚାପ୍ ଚୁପଚାପ୍
 ସ୍ବଚେଷ୍ଟାରେ ବିଫଳ ହେବା ହିଁ ବିଜୟ ଝଲକେ
 ବାରମ୍ବାର ଝାଡ଼ି ଝୁଡ଼ି ପୁଣି ଚେଷ୍ଟା କରିବା ଶିଖ


Rate this content
Log in

Similar oriya poem from Inspirational