STORYMIRROR

Panchanan Jena

Romance

4  

Panchanan Jena

Romance

ମାଗି ମାଗି ସଫଳ

ମାଗି ମାଗି ସଫଳ

1 min
0

କବିତା - ମାଗି ମାଗି ସଫଳ
ରଚନା - ପଞ୍ଚାନନ ଜେନା
 ତାରିଖ -୦୪-୦୭-୨୦୨୬
++++++++++++++++
 ମନେ ମନେ ଚାନ୍ଦକୁ ମାଗିଲି ଜ୍ୟୋତ୍ସ୍ନା ମୁଠାଏ
 କୁମୁଦ କହିଲା ନାଇଁ ନାଇଁ ହେବ ନାହିଁ

 ମନେ ମନେ ଫୁଲକୁ ମାଗିଲି ମହକ କଠାଏ
 ପବନ କହିଲା ଭ୍ରମର ବର ଫେରି ନାହିଁ

 ମନେ ମନେ ଶର୍ବରୀକୁ ମାଗିଲି ସପନ କୁଲାଏ
ବିଦୁଷୀ ରାତ୍ରୀ ମନାକଲା ମିଳିବ ନାହିଁ

 ମନେ ମନେ ଫଗୁଣକୁ ମାଗିଲି ରଙ୍ଗ ଚଲାଏ
ମନ୍ଦ ମଳୟ ମୁଁହ ମୋଡିଲା ସମୟ କାହିଁ

 ମନେ ମନେ ନୀଳ ନୟନାକୁ ମାଗିଲି ପ୍ରୀତି ପୁଳାଏ
 ଆଖି ଈଶାରାରେ ରାଗିଗଲା ଦେଇହେବ ନାହିଁ

 ମନେ ମନେ ମାଟି ମଟାଳକୁ ମାଗିଲି ସ୍ବପ୍ନ ଟେଳାଏ
 ଖୁସି ଫୁଟାଇ ସବୁଜ ଚାହାଣୀରେ ଆସିଲା ଧାଇଁ

 ମନେ ମନେ ଶ୍ରାବଣକୁ ମାଗିଲି ବାସ୍ନା ଆଞ୍ଜୁଳାଏ
ରିମ୍ ଝିମ୍ ଗୀତ ଗାଇ ଆସିଲା ହାଇଁ ପାଇଁ

 ମନେ ମନେ ପ୍ରେୟସୀକୁ ମାଗିଲି ପ୍ରେମ କାଣିଚାଏ
ମୁରୁକି ହସିଦେଇ ପଣତ ଉଡେଇ ଲାଜେଇ କଇଁ

 ହାତକୁ ଧରିନେଇ କୋଳେଇ ମାଗିଲି ଚୁମ୍ବନ ଟଙ୍କାଏ
ଆଖି ବୁଜିଦେଇ ମୌନେ ସମ୍ମତି ଦେଲା ପ୍ରୀତି ପହଁରେଇ


Rate this content
Log in

Similar oriya poem from Romance