STORYMIRROR

Panchanan Jena

Tragedy

4  

Panchanan Jena

Tragedy

ତୁଣ୍ଡ ହାଉଡ଼େ

ତୁଣ୍ଡ ହାଉଡ଼େ

2 mins
0

କବିତା - ତୁଣ୍ଡ ହାଉଡ଼େ
ରଚନା - ପଞ୍ଚାନନ ଜେନା
ତାରିଖ -୦୪-୦୭-୨୦୨୬
+++++++++++++++
 ଅଧୁନା ବୈଶୀକରଣ ଯୁଗରେ
ପ୍ରଧାନମନ୍ତ୍ରୀଙ୍କୁ ଆଲୋଚନା କରିବା
 ସମାଲୋଚନା କରିବା ଗାଳି ଗୁଲଜ କରିବା
 ହେଲାଣି ବହୁତ ସହଜ

 ଅଧୁନା ମୂଖ୍ୟମନ୍ତ୍ରୀଙ୍କୁ ତିରସ୍କାର କରିବା
ଚର୍ବିତ ଚର୍ବଣ କରି ବିଷ ଉଦ୍ଗୀରଣ କରିବା
ହେଲାଣି ଟିକେ ଅସହଜ

 ଅଧୁନା ସ୍ଥାନୀୟ ସଂସଦ ତଥା ବିଧାୟକଙ୍କୁ
 କଥା କଥାକେ କୁତ୍ସାରଟନା କରିବା
ହେଲାଣି ବହୁତ କ୍ଷତିକାରକ

 ମାତ୍ର ପଞ୍ଚାୟତ ସରପଞ୍ଚ ଗାଁ ୱାର୍ଡ ମେମ୍ବରଙ୍କୁ
କଲେ ସମାଲୋଚନା
ମାଡ଼କୁ ଡାକିବା ବୋଧେ ଜଣାଶୁଣା ଠିକଣା
 ମୁତୟନ ଗୁଣ୍ଡା ହୁଣ୍ଡା ଧୁଣ୍ଡା ବାହିନୀ
 ପିଟି ଦେଇଯିବେ ଆଖି କାନ ବି ରକ୍ଷା ପାଇବନି

 ସେହି ଧର୍ମରେ ସେହି ମର୍ମରେ
ଆମାଜନ ବର୍ଷାବଣ କଥା ଆଲୋଚନା କରିବା ଭଲ
 ବିଶ୍ଵର ବୃହତ ଆନାକୋଣ୍ଡା ସାପକଥାରେ
 ବିସ୍ତୃତ ପର୍ଯ୍ୟାଲୋଚନା କରିବା ଆହୁରି ଭଲ

 ଆମେରିକା- ଇରାନ୍ ଯୁଦ୍ଧ ବିରତି ବିଷୟରେ
ପାଗଳ ଡୋନାଲ୍ଡ଼ ଟ୍ରମ୍ପର ତୋଗୋଲକି ଶିର୍ଷକରେ
 ଛକରେ ଖଟିରେ ମଜା କରିବା ସବୁଠାରୁ ଭଲ

 ହିମାଳୟ ଶିଖର ପ୍ରଦେଶରୁ ତରଳୁ ଥିବା
ହିମବାହ ସନ୍ଦର୍ଭରେ ଶୀର୍ଷାଲୋଚନା କରିବା ସବୁଠାରୁ ଭଲ
 ରିସର୍ଚ ପେପର ତିଆରି କରିବା
ତର୍କ ବିତର୍କର ମଞ୍ଚ ଆୟୋଜନ ଭିତରେ
ଗଳା ଫଟେଇ ବୁଦ୍ଧି ଖଟେଇ
ଅନ୍ତରାଷ୍ଟ୍ରୀୟ ସ୍ତରର ପତ୍ର ପତ୍ରିକାରେ
 ଲେଖା ପ୍ରକାଶ କରିବା ଟିକିଏ କଷ୍ଟରେ ହେଲେ ବି ଉତ୍କୃଷ୍ଟତମ ଭଲ

 ସେହି ଧାରାରେ ସେହି ମାର୍ଗରେ
ଆଉ ଦୁଇ ପାଦ ଥାପି ଥାପି ଯିବା ଆଗରେ

 ନୂଆ ଆଣବିକ ପୱାର ପ୍ଲାଣ୍ଟ ବିରୁଦ୍ଧରେ
ସ୍ଵର ଉତ୍ତୋଳନ କରିବା ବହୁତ ସହଜ
 ଦିଲ୍ଲୀର ଜନ୍ତର ମନ୍ତରରେ ଜନ ଆନ୍ଦୋଳନ
 ଆୟୋଜନ କରିବା ଆହୁରି ସହଜ
 ଭୁବନେଶ୍ୱର ଲୋୟର ପିଏମଜି ଛକରେ
ଜନ ଆନ୍ଦୋଳନ କରିବା ସର୍ବାଦୌ ସହଜ

 ମାତ୍ର ଘର ପାଖ ନଦୀ ର ପେଟ ଚିରି ନେଉଥିବା
କଣ୍ଟରାଜ୍ଟର ଟ୍ରକ ଭର୍ତ୍ତି ବାଲିକୁ ବିରୋଧ କରିବା ବହୁ କଷ୍ଟକର

 ମାତ୍ର ସମଗ୍ର ସହର ଗଭୀର ନୀଦରେ ଶୋଇଥିବା ବେଳେ
 ଠିକାଦାରର ଟାକ୍ଟର ବୋଝାଇ ବାଲି ଗାଡିକୁ
 ବନ୍ଦ କରିବା ଅତୀବ ସ୍ପର୍ଶକାତର

 ମୋତେ ଲାଗେ
ଲୋକାଲ୍ ଆଉ ଗ୍ଲୋବାଲ୍ ପାଇଁ ହେଲେ ଭୋକାଲ୍
 ସ୍ଥାନୀୟ ସମସ୍ୟା ଆଉ ବୈଶୀୟ ସମସ୍ୟା ପାଇଁ
 ତୁଣ୍ଡ ଖୋଲିଲେ ମୁଣ୍ଡ ଖଟେଇଲେ
ସ୍ଥାନୀୟକୈନ୍ଦ୍ରୀକ ଭାରି ପଡ଼େ
ଜୀବନ ମରଣ ସମସ୍ୟା ମୁଣ୍ଡକୋଡ଼େ
 କହିବାର ମୌଳିକ ଅଧିକାର ଲାଙ୍ଗୁଡ଼ ଯାକେ ସିକୁଡ଼େ
 ମାନବାଧିକାରର ମହାମଞ୍ଚରେ କିଟି କିଟି ଅନ୍ଧାର ହାବୁଡ଼େ
ଆଉ କିସ ବା କହିବା
 ମହା ମହା ଦ୍ରୁମମାନଙ୍କର ବି ତୁଣ୍ଡ ହାଉଡ଼େ

 ଛକରେ ଭାଷଣ ଦେବା
 ଆଉ ଛାତି ଦେଖେଉ ବିରୋଧ କରିବା
 ବେଳେ ବେଳେ ପ୍ୟାଣ୍ଟ ତଳେ ଓଦା ଓଦା ଅନୁଭବ ହାବୁଡ଼େ

କିଛି ସ୍ଵାଧିନତା ସଂଗ୍ରାମୀ ପରି
ସାହସୀ କର୍ମବୀର ମାନେ ଅଛନ୍ତି ଦଶ ପାଞ୍ଚ ଫଡ଼େ
ଦେଶ ପାଇଁ ସହିଦ ହେବା ପୋକ ତାଙ୍କୁ କାମୁଡ଼
 ତାଙ୍କର ଶେଷ ନିଃଶ୍ୱାସ ବି ବେଳେ ବଳେ ବଳିପଡ଼େ


Rate this content
Log in

Similar oriya poem from Tragedy