ଅନନ୍ୟ ମହ୍ଲାର
ଅନନ୍ୟ ମହ୍ଲାର
କବିତା - ଅନନ୍ୟ ମହ୍ଲାର
ରଚନା - ପଞ୍ଚାନନ ଜେନା
ତାରିଖ -୩୦-୦୬-୨୦୨୬
+++++++++++++++++
ଗାଧୋଇ ପାଧୋଇ
ଝିନ ବସଇ ପିନ୍ଧି ପକେଇ
ଦର୍ପଣ ଆଗରେ ଅର୍ପଣ ହେଉ ହେଉ
କୁଞ୍ଚିତ ଦାଗ ଦେଖୁ ଦେଖୁ
ଭୃକୁଞ୍ଚୁତ ଭ୍ରୁଲତା ମୁରୁକି ଯାଏ
ମନେ ମନେ ଏମିତି କିଛି କହି ପକାଏ
ବା8--- -----
ଓଠ ତୁଠରେ ଫୁଟିଯାଏ ବଗିଚା ଯାକର ଗୋଳାପ କଢି
ଅମଣା ଫଗୁଣଟା ବାଟବଣା ହୋଇ ଆଣିଛି କୃଷ୍ଣଚୂଡ଼ାର ଚୁଡ଼ି
ବସନ୍ତ ଋତୁ ପରି ମହକି ଯିବ କି ?
ଶ୍ରାବଣ ବର୍ଷଣ ପରି ବରଷି ଯିବ କି ?
ଉଛୁଳା ନଈ ପରି ଅଙ୍କେଇ ବଙ୍କେଇ ବହି ଯିବ କି ?
ପ୍ରସ୍ତର ନଟୀ ନାଗରୀ ପରି ଅଙ୍ଗେଇ ଭଙ୍ଗେଇ ଶୃଙ୍ଗାରି ଯିବ କି ?
ଆରେ ଆରେ ଆରେ
ଅଧା ଖୋଲା ଝରକା ଫାଙ୍କରେ
ବାୟାଣୀ ପବନ ଟା ଧସେଇ ପଶୁଛି ଧିରେ
ମାଟି ମନସ୍କ ମହକଟା
ଆଖି ମନସ୍କ ମାନସାଙ୍କଟା
ସାଥୀ ମନସ୍କ ନିଃଶ୍ୱାସଟା
ପାହାନ୍ତି ପ୍ରଦର ନିଦକୁ ଆହୁରି ନିଦେଇ ଯାବୋଡି ଧରେ
ରାତି ତମାମ୍ ଗାଢ଼ ଆଶ୍ଳେଷରେ
ଆରେ ଆରେ ଆରେ
ସେହି କ୍ଷଣିକ ନୀରବତାରେ
ସେହି କ୍ଷଣିକ ମାଦକତାରେ
ସେହି କ୍ଷଣିକ ଭନ୍ମାଦନାରେ
ସେହି ସ୍ବପ୍ନିଳ ମିଳନ ତୃପ୍ତିରେ
ଆକଣ୍ଠ ଅପେକ୍ଷା ସବୁ ପାଲଟେ ପୀୟୁଷ ଧାରେ
ମନ କହୁଥାଏ ଧିରେ ଧିରେ
ଏଇଟା କି ପ୍ରେମର ଅସାମାନ୍ୟ ମହ୍ଲାର ଗାରେ
ଏଇଟା କି ମିଳନ ବେଳାର ଅନନ୍ୟ ପରିଭାଷା ସ୍ୱରେ

